Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

କାହାର କୋଉ ଚିନ୍ତା, ପ୍ରବାସୀଙ୍କ ଗୀତ ଚିନ୍ତା : କ୍ଵାରେଣ୍ଟାଇନ ସେଣ୍ଟରରେ ଶିକ୍ଷକଙ୍କୁ ଲଲିପପ୍ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି ଶ୍ରମିକ

26/05/2020 at 4:28 PM

ପାଟଣା ୨୬/୦୫ : ଗତ କିଛି ଦିନ ହେଲା ବିହାରରେ ଶିକ୍ଷକମାନେ ମଧ୍ୟ କରୋନା ଯୋଦ୍ଧା ପାଲଟିଛନ୍ତି | ଶିକ୍ଷକମାନେ କରୋନା ଯୋଦ୍ଧା ପାଲଟି କ୍ଵାରେଣ୍ଟାଇନ ସେଣ୍ଟରରେ ଦାୟିତ୍ୱ କରୁଛନ୍ତି | ତେବେ କ୍ଵାରେଣ୍ଟାଇନ ସେଣ୍ଟରରେ ଶିକ୍ଷକଙ୍କ ସହ ପ୍ରବାସୀ ନାନା ମଜା ଥଟ୍ଟା କରୁଛନ୍ତି ଯାହାକି ନିନ୍ଦନୀୟ | ଫଳରେ ଶିକ୍ଷକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କ୍ଵାରେଣ୍ଟାଇନ ସେଣ୍ଟରରେ ଦାୟିତ୍ୱ ଦିଆଯାଇଥିବା ଶିକ୍ଷକଙ୍କ ମଧ୍ୟରେ ସଂଗୀତ ଶିକ୍ଷକ ମଧ୍ୟ ଅଛନ୍ତି | ତେବେ ସଂଗୀତ ଶିକ୍ଷକଙ୍କୁ ପ୍ରବାସୀ ଶ୍ରମିକ ଅଜବ ଅଜବ ଦାବି କରୁଛନ୍ତି | କେଉଁ ଶିକ୍ଷକଙ୍କୁ ମୁଜରା ଗାଇବାକୁ କହୁଛନ୍ତି ତ କାହାକୁ ଲଲିପପ୍ ଲାଗେଲୁ ଗୀତ ଗାଇବାକୁ ଓ ନାଚିବାକୁ କହୁଛନ୍ତି |

ବିହାରରେ ଅନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଆସିବା ପରେ ସରକାର କ୍ଵାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରିଛନ୍ତି ଏବଂ ଏଠାରେ ଶିକ୍ଷକମାନଙ୍କୁ ନିୟୋଜିତ କରିଛନ୍ତି | ଶ୍ରମିକଙ୍କୁ ଯୋଗ ଶିକ୍ଷା ଦେବାକୁ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି | ଲୋକଙ୍କ ମନୋରଞ୍ଜନ ପାଇଁ ସଂଗୀତ ଶିକ୍ଷକ ମଧ୍ୟ ନିୟୋଜିତ କରାଯାଇଛି | ତେବେ ଏହି ଦାୟିତ୍ୱ ବର୍ତ୍ତମାନ ଶିକ୍ଷକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି | ପୁରା ଶିକ୍ଷକ ସଂଘ ଏହାକୁ ବିରୋଧ କରିଛି | ଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଥିଲା ଯେ, କ୍ଵାରେଣ୍ଟାଇନ ସେଣ୍ଟରରେ ଲୋକଗୀତ, ରାଷ୍ଟ୍ରୀୟ ଗୀତ ଶୁଣାଇ ପ୍ରବାସୀ ମନୋରଞ୍ଜନ କରିବେ |

କିନ୍ତୁ ଶ୍ରମିକମାନେ ବର୍ତ୍ତମାନ ମନୋରଞ୍ଜନକୁ ନେଇ ଦାବି କରିବା ଆରମ୍ଭ କରିଛନ୍ତି | ସେମାନେ ନୂଆ ପୁରୁଣା ହିନ୍ଦୀ ଗୀତ ତଥା ଭୋଜପୁରୀ ଗୀତ ଗାଈ ଶୁଣିବାକୁ ଶିକ୍ଷକମାନଙ୍କୁ ବାଧ୍ୟ କରୁଛନ୍ତି | ଏନେଇ ଜଣେ ମହିଳା ଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ଶ୍ରମିକମାନେ ରାଷ୍ଟ୍ରୀୟ ଗୀତ ଶୁଣିବାକୁ ରାଜି ହେଉ ନାହାନ୍ତି | ରାଷ୍ଟ୍ରୀୟ ଗୀତ ବଦଳରେ ଅଭଦ୍ର ଗୀତ ଗାଇବାକୁ କହୁଛନ୍ତି ଯାହା ମର୍ଯ୍ୟାଦାବିହୀନ |

କେବଳ ମହିଳା ଶିକ୍ଷକ ନୁହେଁ, ପୁରୁଷ ଶିକ୍ଷକଙ୍କ ଅବସ୍ଥା ମଧ୍ୟ ଠିକ ସେହିଭଳି | ଶ୍ରମିକଙ୍କ ଦାବି ପୁରା ନ କଲେ ଶିକ୍ଷକମାନଙ୍କୁ ଗାଳି ମଧ୍ୟ ଶୁଣିବାକୁ ପଡୁଛି | ପ୍ରବାସୀ ଶ୍ରମିକ ଅଭଦ୍ର ଭାଷାରେ ଶିକ୍ଷକଙ୍କୁ ଗାଳିଗୁଲଜ କରୁଛନ୍ତି | ଶିକ୍ଷକଙ୍କ ସହ ହେଉଥିବା ଏହିଭଳି ବ୍ୟବହାର ପରେ ମାଧ୍ୟମିକ ଶିକ୍ଷକ ସଂଘ ଏନେଇ ଆପତ୍ତି ଦର୍ଶାଇ ସରକାରଙ୍କୁ ସୁରକ୍ଷା ଦାବି କରିଛନ୍ତି | ସଂଘର ମୁଖପାତ୍ର ଅଭିଷେକ କୁମାର କହିଛନ୍ତି ଯେ, ଶିକ୍ଷକ ମଧ୍ୟ ଦେଶଭକ୍ତ ଏବଂ ଏହିଭଳି ସଙ୍କଟ ସମୟରେ ସରକାରଙ୍କ ସବୁ କାମରେ ସହଯୋଗ କରୁଛନ୍ତି | କିନ୍ତୁ ସଂଗୀତ ଶିକ୍ଷକଙ୍କ ସହ ଏହିଭଳି ବ୍ୟବହାର ଉଚିତ ନୁହେଁ | କାରଣ ଶିକ୍ଷକ ସେଠାରେ ପ୍ରବାସୀ ଶ୍ରମିକଙ୍କୁ ରାଷ୍ଟ୍ରୀୟ ଗୀତ ଶୁଣେଇବାକୁ ଯାଇଛନ୍ତି | ଡ୍ୟୁଟି ସମୟରେ ଶିକ୍ଷକଙ୍କୁ ସୁରକ୍ଷା ଦିଆଯାଉ ବୋଲି ସଂଘ ଦାବି କରିଛି | ସୂଚନା ଅନୁଯାୟୀ, ବିହାରରେ ପାଖାପାଖି ୧୨୦୦ ସଂଗୀତ ଶିକ୍ଷକ ଅଛନ୍ତି ଯେଉଁମାନଙ୍କୁ ସ୍କୁଲରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ଦାୟିତ୍ୱ ଦିଆଯାଇଛି |

   Related Posts