Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଘରକୁ ପଠାଇବା ଦାବିରେ ହିଂସକ ହେଲେ ଶ୍ରମିକ, ଦେଶର ଜାଗା ଜାଗାରେ କଲେ ହଙ୍ଗାମା ଓ ଭଙ୍ଗାରୁଜା

17/05/2020 at 6:24 PM

ନୂଆଦିଲ୍ଲୀ ୧୭।୦୫: ଲକ୍‌ଡାଉନ୍‌ରେ ବେରୋଜଗାର ହୋଇଥିବା ଶ୍ରମଜୀବୀଙ୍କ ପଳାୟନର ଅନେକ ଚିତ୍ର  ଓ ଭିଡିଓ ନିକଟ ଦିନରେ ଆପଣ ବହୁଳ ଭାବେ ଦେଖିଥିବେ। ଏହା ମଧ୍ୟରେ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଅନେକ ଶ୍ରମଜୀବୀ ପ୍ରାଣ ହରାଇଛନ୍ତି। ହୃଦୟ ବିଦାରକ ଘଟଣା ପରେ ଅନେକ ରାଜ୍ୟ ବର୍ଡର ସିଲ୍‌ କରି ଦେଇଛନ୍ତି ଏବଂ ଶ୍ରମିକଙ୍କ ଚଲା, ସାଇକେଲ୍, ବାଇକ କିମ୍ବା ଟ୍ରକ୍‌ରେ ବସି ଘରକୁ ଫେରିବା ଉପରେ ରୋକ୍‌ ଲଗାଯାଇଛି। ଏହା ପରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଶ୍ରମିକ ରବିବାର ଜୋରଦାର  ହଙ୍ଗାମା କରିବା ସହିତ ହିଂସକ ହୋଇ ଉଠିଛନ୍ତି। ହଙ୍ଗାମା କରିବା ସହିତ ଅନେକ ଜାଗାରେ ଭଙ୍ଗାରୁଜା କରିବାର ଖବର ଆସୁଛି।

ଉତ୍ତର ପ୍ରଦେଶର ସହାରନପୁରରେ ପ୍ରବାସୀ ଶ୍ରମିକ ଖୁବ୍ ହଙ୍ଗାମା କରିଛନ୍ତି ଏବଂ ସହାରନପୁର-ଅମ୍ବାଲା ହାଇଓ୍ଵେ ଉପରେ ଜାମ ଲଗାଇଛନ୍ତି। ପୋଲିସ ଓ ପ୍ରଶାସନ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ପ୍ରବାସୀ ଶ୍ରମିକ ରାସ୍ତାରୁ ହଟିନଥିଲେ। ଏହା ପରେ କମିଶନର, ଡିଏମ, ଏସଏସପି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର ଦାବି ଶୁଣିଛନ୍ତି। ସମସ୍ତ ଶ୍ରମିକ ବିହାରର ନିଜ ନିଜ ଘରକୁ ଯିବାକୁ ଦାବି କରି ହଙ୍ଗାମା କରୁଥିଲେ। ଏହା ପରେ ଅଧିକାରୀ ରୋଡ୍‌ଓ୍ଵେଜ୍‌ର ବସ୍‌ ମଗାଇ ସେମାନଙ୍କୁ ନିଜ ଘରକୁ  ପଠାଇଛନ୍ତି।

ଏହା ବ୍ୟତୀତ ମଧ୍ୟ ପ୍ରଦେଶର ରିଭାରେ ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ବର୍ଡରରେ ସ୍ଥିତ ଚକଘାଟ ଅଞ୍ଚଳରେ ଶ୍ରମିକ ଉପଦ୍ରବ କରିଛନ୍ତି। ଏଠାରେ ପୋଲିସ କର୍ମୀଙ୍କ ସହ ଶ୍ରମଜୀବୀଙ୍କ ସଂଘର୍ଷ ଘଟିଛି। ଶ୍ରମିକ ବ୍ୟାରିକେଟ୍‌ ଭାଙ୍ଗି ଦେଇଛନ୍ତି। ଦିନ ବେଳେ ଉତ୍ତର ପ୍ରଦେଶର ମଥୁରାରେ ନିଜ ନିଜ ଘରକୁ ପଠାଇବା ଦାବି ନେଇ ସଡକକୁ ଓହ୍ଲାଇ ପ୍ରଦର୍ଶନ କରିଛନ୍ତି।

ସେହି ପରି ଗୁଜରାଟର ରାଜକୋଟ୍‌ରେ ମଧ୍ୟ ଉତ୍ତର ପ୍ରଦେଶ ଓ ବିହାରର  ପ୍ରବାସୀ ଶ୍ରମିକ ଖୁବ୍ ଉତ୍ପାତ କରିଛନ୍ତି। ସମସ୍ତେ ରାଜ୍ୟ ସରକାରଙ୍କୁ ଦୁଇ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବାତିଲ କରାଯିବା ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରିଥିଲେ। ଏହି ସମୟରେ ଶ୍ରମିକମାନେ ସହରର ଶାପର ଇଲାକାରେ କାର-ବାଇକ୍‌ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟରଙ୍କୁ ତଳେ ପକାଇ ମାଡ ମାରିଛନ୍ତି।

   Related Posts