ତାମିଲନାଡୁରୁ ଓଡିଶା ଆସିଲା ପ୍ରବାସୀ ଓଡିଆଙ୍କ ସ୍ବତନ୍ତ୍ର ଟ୍ରେନ୍, ଶ୍ରମିକଙ୍କୁ ପଠାଗଲା ନିଜ ନିଜ ଅଞ୍ଚଳକୁ

Published By : Prameya-News7 Bureau | May 22, 2020 IST

ରାଉରକେଲା ୨୨।୫: ତାମିଲନାଡ଼ୁରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ରାଉରକେଲାରେ ଷ୍ଟେସନରେ ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିଛି । ତାମିଲନାଡ଼ୁରୁ ବାହାରି ଓଡିଶାର ରାୟଗଡ଼।, ବଲାଙ୍ଗୀର ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କୁ ଓଲ୍ଲାଇବା ପରେ ଟ୍ରେନ୍ ଆସି ପହଞ୍ଚିଥିଲା ସନ୍ଧ୍ୟାରେ ରାଉରକେଲା ରେଳ ଷ୍ଟେସନରେ ।

{"id":273907,"sizeSlug":"large"}

ପୂର୍ବରୁ ତାମିଲନାଡୁ ଚିରୁଭିଲା ପ୍ରଶାସନ ସୁନ୍ଦରଗଡା ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲା ଯେ ୩୦୦ ଶ୍ରମିକ ଓଲ୍ଲାଇବେ ରାଉରକେଲା ରେଳ ଷ୍ଟେସନରେ । କିନ୍ତୁ ୩୦୦ ନୁହେଁ ବରଂ ୫୯ ଜଣ ଶ୍ରମିକ ରାଉରକେଲା ପାଇଁ ତିରୁଭିଲାରୁ ଚଢିଥିଲେ । ଏହି ସ୍ବତନ୍ତ୍ର ଟ୍ରେନରେ ସୁନ୍ଦରଗଡ, ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡା ସହ ଦେବଗଡ ଜିଲ୍ଲାର ଶ୍ରମିକ ଆସିଛନ୍ତି ।

{"id":273908,"sizeSlug":"large"}

ରାଉରକେଲା ରେଳ ଷ୍ଟେସନରେ ଓଲ୍ଲାଇବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ, ସ୍କ୍ରିନିଂ କରିବା ସହ ଖାଇବାକୁ ଦେବା ପରେ ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଇଦେଇଥିଲେ । ପ୍ରବାସୀ ଶ୍ରମିକମାନେ ନିଜ ଅଞ୍ଚଳରେ ପହଞ୍ଚିବା ପରେ ସେଠାରେ ସରକାରୀ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.