ନୂଆପଡ଼ା ରେଳ ଷ୍ଟେସନରୁ ୧୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର

Published By : Prameya-News7 Bureau | December 07, 2019 IST

ନୂଆପଡା ୦୭।୧୨ - ନୂଆପଡ଼ା ରେଳ ଷ୍ଟେସନରୁ ୧୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ନୂଆପଡ଼ା ପୋଲିସ । ଦାଦନ ଶ୍ରମିକଙ୍କ ସହ ୫ ଜଣ ନାବାଳକ ଓ ନାବାଳିକା ଉଦ୍ଧାର ହୋଇଛନ୍ତି । ଦାଦନ ସର୍ଦ୍ଦାରକୁ ଗିରଫ କରାଯାଇଛି । ଆନ୍ଧ୍ରର ଏକ ଇଟାଭାଟିରେ କାମ କରିବା ପାଇଁ ଏମାନଙ୍କୁ ନୂଆପଡ଼ାରୁ ଆନ୍ଧ୍ର ଚାଲାଣ କରାଯାଉଥିଲା । ଦାଦନ ସର୍ଦ୍ଦାର ସମସ୍ତଙ୍କୁ ୩୭ ହଜାର ଟଙ୍କା ଅଗ୍ରୀମ ଦେଇଥିବା ପୋଲିସ ସୂଚନା ଦେଇଛି ।ଉଦ୍ଧାର ଦାଦନଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ସାଇପଲା ଗାଁର , ୧୧ ଜଣ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ବେନ୍ଦେର ଗାଁର । ସର୍ଦ୍ଦାର ଲାଠୋର ଥାନା ଚୌକପଡ଼ା ଗାଁର ନରହରି ସୁନା ବୋଲି ଜଣାପଡ଼ିଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.