ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ : ଭାରସାମ୍ୟ ହରାଇ ଓଲଟିପଡିଲା, ୪ ଗୁରୁତର
21/05/2020 at 11:57 AM

ଜଳେଶ୍ବର ୨୧।୫: ସରୁନି ପ୍ରବାସୀ ଓଡିଆଙ୍କ ଦୁଃଖ । ରାଜ୍ୟ ବାହାରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ପୁଣି ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜଳେଶ୍ବର ନିକଟ ଲକ୍ଷ୍ମଣନାଥ ଗେଟ୍ ପାଖରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟି ୪ ଜଣ ଗୁରୁତର । ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । କେରଳରୁ ୫୦ ଶ୍ରମିକଙ୍କୁ ଧରି କୋଲକାତା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି। ଅଗ୍ନିଶମ ବାହିନୀ ଦ୍ବାରା ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।