ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ୩୧ଜଣ, ୪ ଆହତ

Published By : Prameya-News7 Bureau | May 21, 2020 IST

ଖଲ୍ଲିକୋଟ ୨୧।୫: ଟ୍ରକ୍ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ଶ୍ରମିକ ବସ୍ । ଅଳ୍ପକେ ବର୍ତ୍ତିଲେ ୩୧ ଯାତ୍ରୀ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ବସଟି ଚେନ୍ନାଇରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଛକଠାରେ ବୁଧବାର ବସଟି ଦୁର୍ଘଟଣା ହୋଇଛି ।

{"id":273245,"sizeSlug":"large"}

ବସ୍ ଡ୍ରାଇଭରଙ୍କ ନିଦରେ ଆଖି ଲାଗିଯିବାରୁ ବସ୍ ଟି ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଠିଆ ହୋଇଥିବା ମାଲବାହୀ ଟ୍ରକ୍ ପଛକୁ ଧକ୍କା ଦେଇଥିଲା । ଫଳରେ ବସର ସମ୍ମୁଖଭାଗ ସମ୍ପୂର୍ଣ୍ଣ କ୍ଷତିଗସ୍ତ ହୋଇଥିବାବେଳେ ୪ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହାତକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଜଣ ଆହତଙ୍କ ସମେତ ବସରେ ମୋଟ୍ ୩୧ ଜଣ ଶ୍ରମିକ ଥିବା ଜଣାପଡିଛି । ଅନ୍ୟ ସମସ୍ତ ଶ୍ରମିକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.