ରାୟଗଡା ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆସିଲେ ୨୦୦ ପ୍ରବାସୀ ଓଡିଆ

Published By : Prameya-News7 Bureau | May 14, 2020 IST

ରାୟଗଡା ୧୪।୫: ରାୟଗଡା ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍ । ଏହି ସ୍ବତନ୍ତ୍ର ଟ୍ରେନ୍ ଯୋଗେ ରାୟଗଡାରେ ଆସି ପହଞ୍ଚିଛନ୍ତି ୨୦୦ ପ୍ରବାସୀ ଓଡିଆ ଶ୍ରମିକ । ତାମିଲନାଡୁର ତିରୁପୁରରୁ ଏକ ଟ୍ରେନ୍ ରାୟଗଡା ସମେତ ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚଛି । ଷ୍ଟେସନରେ ପହଞ୍ଚିବା ପରେ ପ୍ରବାସୀ ଓଡିଆଙ୍କ ସ୍କ୍ରିନିଂ କରାଯାଇଛି ।

{"id":269690,"sizeSlug":"large"}

ରାଜ୍ୟ ବାହାରେ ଫସିଥିବା ବେଳେ ନିଜ ଭିଟାମାଟିକୁ ଫେରୁଥିବା ଏହି ଶ୍ରମିକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସହର ବିଭିନ୍ନ ରାସ୍ତାରେ ୧୪୪ ଧାରା ଜାରି କରାଯାଇଥିଲା । ଏହାସହ ବାହାର ଜିଲ୍ଲାର ଶ୍ରମିକଙ୍କ ଫେରିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିବା ପରିଲିଖିତ ହୋଇଥିଲା । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.