Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଶୌଚାଳୟରେ ରହିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ ଶ୍ରମଜୀବୀ, ମିଳୁଛି ନିମ୍ନମାନର ଖାଦ୍ୟ

26/05/2020 at 10:08 PM

ଭୋପାଳ, ୨୬|୦୫: କରୋନା ଭାଇରସ ପାଇଁ ଶ୍ରମିକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନେ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି । କେଉଁଠି ସେମାନଙ୍କୁ  ଖାଇବାକୁ ମିଳୁଛି ତ ଆଉ ପୁଣି କେଉଁ ସ୍ଥାନରେ ସେମାନେ ଉପାସ ରହୁଛନ୍ତି । ସବୁଦିନ ଦିଓଳି ଖାଇବା ବି ସେମାନଙ୍କୁ ମିଳୁନାହିଁ । ଏପରି ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ କିଛି ଶିବିରରେ ଜଣେ ଶ୍ରମିକ ଓ ତାଙ୍କ ପରିବାର ଲୋକଙ୍କୁ ଶୌଚାଳୟରେ ରଖାଯାଇଛି ।

କୋଟାନାକା ନାମକ ଏକ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗ୍ରାମ ମଧ୍ୟପ୍ରଦେଶର ଶିବପୁରୀ ଓ ରାଜସ୍ଥାନର ବାଂରା ଜିଲ୍ଲା ସୀମାରେ ରହିଛି । ପ୍ରବାସୀ ଶ୍ରମିକଙ୍କୁ ଏଠାରେ ଥିବା ଶୌଚାଳୟରେ ରଖାଯାଇଛି ।  ଏପରି ସ୍ଥାନରେ ହିଁ ସେମାନଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଉଛି । ସରକାରଙ୍କ ତରଫରୁ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବାରମ୍ବାର ଅଭିଯୋଗ ଆସୁଛି ।

ଜଣେ ମହିଳା ଶ୍ରମିକଙ୍କ କହିବାନୁସାରେ, ସେମାନଙ୍କୁ ଶୌଚାଳୟରେ ରଖାଯାଇଛି । ସେମାନେ ଜୟପୁରରୁ ଏଠାକୁ ଆସିଛନ୍ତି । ଏଠାରେ ଯେଉଁ ଖାଦ୍ୟ ମିଳୁଛି ତାହା ନିମ୍ନମାନର । ଫଳରେ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏବେ ସେମାନେ ଗ୍ରାମକୁ ଯାଇ ଚାଷକାମ କରିବେ ବୋଲି କହିଛନ୍ତି ।

ରାଜ୍ୟରୁ ବାହାରକୁ ଯାଉଥିବା ଶ୍ରମିକଙ୍କୁ ପ୍ରଥମେ ମଧ୍ୟପ୍ରଦେଶ ସୀମା ଯାଏଁ ଗାଡିରେ ଛାଡିବାକୁ ହୋଇଥାଏ । ଏଠାରେ ପ୍ରାୟ ୨୫୦ରୁ ଅଧିକ ଶ୍ରମିକ ରହିଛନ୍ତି । ଏଠାରୁ ବସ ଯୋଗେ ଶ୍ରମିକଙ୍କୁ ଗ୍ରାମରେ ଛାଡିବା ପାଇଁ ମଧ୍ୟ ପ୍ରଦେଶ ସରକାରଙ୍କ ଦାୟିତ୍ୱ ।

ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି । ଶୌଚାଳୟରେ ରହୁଥିବା ଘଟଣାର ଯାଂଚ ହେବ ଓ କାର୍ଯାନୁଷ୍ଠାନ ନିଆଯିବ ।

   Related Posts