Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସୁରଟରେ ଦୁର୍ଘଟଣାରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

9/10/2020 at 10:45 AM

ସାନଖେମୁଣ୍ଡି ୯।୧୦: ଦୁର୍ଘଟଣାରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗତ ୨୯ତାରିଖରେ ମାଲିକଙ୍କ ଡାକରା ପାଇଁ ନିଜ ଜନ୍ମ ମାଟି ଛାଡି ଦାଦନ ଖଟିବାକୁ ଯାଇଥିବା ଟୁକୁନା ଗୌଡ । ସୁରଟର ରାଧାକୃଷ୍ଣ ସୋସାଇଟି ଅଞ୍ଚଳର ପ୍ଲଟ ନଂ-୪୭୪୮ରେ ଥିବା ରାଜେଶ ଭାଇଙ୍କ କାରଖାନାରେ କାର୍ଯ୍ୟରତ ଥିବା ସମୟରେ କାରଖାନାର ବାହାରେ ବିଶ୍ରାମ ନେଉଥିଲେ । ଗତ ୬ ତାରିଖ ଭୋର ୫ଟାରେ ଏକ ମାଲ ବୋଝେଇ ଟ୍ରକ ପଛ ପଟୁ ଟୁକୁନାକୁ ଚାପି ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଯାଇଥିଲା । ଏହାପରେ କମ୍ପାନୀ ମାଲିକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିବା ସେଠାରେ ଥିବା ଟୁକୁନାଙ୍କ ବଡ ଭାଇ ସହ ଗ୍ରାମବାସୀମାନେ କହିଛନ୍ତି । ତେଣୁ ସୁରଟକୁ ଯାଇ ବିନା ଇନସ୍ୟୁରାନ୍ସରେ କାର୍ଯ୍ୟ କରୁଥିବା ଦାଦନ ଯେ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି।

ଅନ୍ୟପଟେ ଦୁଇଟି କୁନି କୁନି ପୁଅ ଝିଅ ଓ ରୋଗୀଣା ଶାଶୁକୁ ନେଇ କିଭକି ପରିବାର ଚଳାଇବେ ସେହି ଦୁଃଖରେ ମର୍ମାହତ ହୋଇପଡିଛନ୍ତି ମୃତ ଟୁକୁନାଙ୍କ ସ୍ତ୍ରୀ ମମତା ଗୌଡ । ତେଣୁ ଗ୍ରାମବାସୀ ତାଙ୍କ ପରିବାରକୁ ପ୍ରଶାସନିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ଏବଂ ଟୁକୁନାଙ୍କ ପରିବାରକୁ ଉଚିତ ନ୍ୟାୟ ଦେବ ପାଇଁ ଦାବି କରିଛନ୍ତି ।

   Related Posts