ପୋଲ ତଳକୁ ଖସିଲା ପ୍ରବାସୀ ଶ୍ରମିକଙ୍କ ବସ୍ : ଅଳ୍ପକେ ବର୍ତ୍ତିଲେ ୩୦ଜଣ, ୩ ଆହତ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 30, 2020 IST

ରେମୁଣା ୩୦।୫: ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଗଲେ ୩୦ ପ୍ରବାସୀ । ସାମାନ୍ୟ ଆହତ ହୋଇଥିବା ୩ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":278245,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୧୬ ମଙ୍ଗଳପୁର ନୂଆଗାଁ ନିକଟରେ ପୋଲରୁ ତଳକୁ ଖସି ପଡିଛି ପ୍ରବାସୀଙ୍କ ବସ୍ । ବସ୍ ଟି କେରଳରୁ ୩୦ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ କଲିକତା ଅଭିମୁଖେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା ।

{"id":278246,"sizeSlug":"large"}

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଜେସିବି ମେସିନ୍ ସାହାଯ୍ୟରେ ବସ୍‌ଟିକୁ ଉଦ୍ଧାର କରାଯାଇଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.