Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ବେଙ୍ଗାଲୁରୁରେ ଓଡିଆ ଶ୍ରମଜୀବୀଙ୍କୁ ପିଟିଲେ ମାରିଲେ ଟେକ୍ସଟାଇଲ୍ କମ୍ପାନୀ ମାଲିକ: ଭାଇରାଲ ଭିଡିଓରେ କାନ୍ଦିକାନ୍ଦି ସାହାଯ୍ୟ ମାଗୁଛନ୍ତି ନିର୍ଯ୍ୟାତିତ ଶ୍ରମିକ, ଦେଖନ୍ତୁ ଭିଡିଓରେ କେମିତି କରୁଛନ୍ତି ନିବେଦନ

18/05/2020 at 7:43 PM

ବେଙ୍ଗାଲୁରୁ, ୧୮|୦୫:  ରାଜ୍ୟ ବାହାରେ ବଢି ଚାଲିଛି ଶ୍ରମିକଙ୍କ ଦୁର୍ଦ୍ଦଶା । କରୋନା ସଂକ୍ରମଣ ପାଇଁ ବାହାର ରାଜ୍ୟରେ ହଜାର ହଜାର ପ୍ରବାସୀ ଓଡିଆ ଶ୍ରମିକ ଫସି ରହିଛନ୍ତି । ତେବେ ଲକଡାଉନ୍ ପାଇଁ କେଉଁଠି ସେମାନଙ୍କୁ ଅଖିଆ ଅପିଆ ହୋଇ ରହିବାକୁ ପଡୁଛି ତ ପୁଣି କେଉଁଠି କାମ କରୁଥିବା ସଂସ୍ଥାର ଅଧିକାରୀଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡୁଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରରେ ।

ସୂଚନାନୁସାରେ, ବାଙ୍ଗାଲୋରର ଦୋଦାବଳପୁର ଥାନା ଅଞ୍ଚଳରେ ଥିବା ଚନ୍ଦନ ଟେକ୍ସଟାଇଲସରେ କାମ କରୁଥିବା ପ୍ରାୟ ୩୦ଜଣ ପ୍ରବାସୀ ଓଡିଆ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏପରି ଏକ ଚିନ୍ତାଦାୟକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ନିର୍ଯ୍ୟାତିତ ଶ୍ରମିକମାନେ ସେମାନଙ୍କୁ ମାଡ ମରାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଉଭୟ ମହିଳା ଓ ପୁରୁଷ ଶ୍ରମଜୀବୀମାନେ ମାଡ ଓ ନିର୍ଯ୍ୟାତନାର କଥା ବଖାଣିଛନ୍ତି । ସେମାନେ ସିଧାସଳଖ ଚନ୍ଦନ ଟେକସଟାଇଲ୍ ମାଲିକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେହି ଦୁଇ ଭାଇ ସେମାନଙ୍କୁ କାମ କରାଇ ପଇସା ଦେଇନଥିବା ଓ ମାଡ ମାରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏନେଇ ପୀଡିତ ଶ୍ରମିକମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଏଫଆଇଆର ମଧ୍ୟ ରୁଜୁ କରିନାହିଁ ।

କୌଣସି ଉପାୟ ନପାଇ ନିର୍ଯ୍ୟାତନାର ଶିକାର ହୋଇଥିବା ଓଡିଆ ଶ୍ରମିକମାନେ ଭିଡିଓ କରି ଗଣମାଧ୍ୟମ ସାହାଯ୍ୟରେ ଓଡିଶା ସରକାରଙ୍କ ସହାୟତା ଲାଗି ପ୍ରାର୍ଥନା କରିଛନ୍ତି । ଏଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ସହ ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଓଡିଶା ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ନେଇ କମ୍ପାନୀ ମାଲିକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରି ନାହିଁ ।

   Related Posts