ଘରକୁ ଫେରିଲେ ଗାଁରୁ ତଡ଼ା ଖାଇ ଜଙ୍ଗଲରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପରିବାର

Published By : Prameya-News7 Bureau | June 03, 2020 IST

ବରଗଡ଼ ୦୩/୦୬ : କ୍ବାରେଣ୍ଟାଇନ  ସେଣ୍ଟର ରୁ ୧୪ ଦିନ କଟେଇବା  ପରେ ଗାଁ କୁ ଫେରିଥିଲେ ତାମିଲନାଡୁ ଫେରନ୍ତା ପ୍ରବାସୀ ୩ ଶ୍ରମିକ । ହେଲେ ଗାଁ ଲୋକେ ଗାଁରୁ ତଡିଦେଇଥିଲେ ସେମାନଙ୍କୁ । ଶେଷରେ ବାଧ୍ୟ ହୋଇ  ଜଙ୍ଗଲ ଭିତରେ ଡାଳ ପତ୍ର ତିଆରି କୁଡ଼ିଆରେ ଦିନ କାଟୁଥିଲେ ଫେରନ୍ତା ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର । ସେମାନଙ୍କ ଉପରେ  ନ୍ୟୁଜ ସେଭେନ ଟିମ ର ପଡିଥିଲା ନଜର ଏବଂ ଘଟଣା ବିଷୟରେ ନ୍ୟୁଜ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଗାଁକୁ ଯାଇ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଗାଁକୁ ଫେରେଇ ଆଣି ଥିଲା ଖାଲି ସେତିକି ନୁହଁ ଘଟଣା ବିଷୟରେ ଜାଣି ଗାଁରୁ ତଡ଼ା ଖାଇଥିବା ଜଣେ  ଶିକ୍ଷୟତ୍ରୀ  ମଧ୍ୟ ନ୍ୟୁଜ ସେଭେନ ସାହାର୍ଯ୍ୟରେ ଗାଁକୁ ଫେରି ପାରିଛନ୍ତି ।

{"id":280746,"sizeSlug":"large"}

ଗତକାଲି  ଜଙ୍ଗଲ ମଝିରେ ଗଛର ଡାଳ  ପତ୍ର କୁଡିଆରେ ଦିନ ଦିନ କାଟୁଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ଏବେ ନିଜ ଘରକୁ ଫେରି ପାରିଛନ୍ତି । ପ୍ରଥମେ ତାମିଲନାଡୁରୁ ଓଡିଶା ଆସିବାକୁ ନାନା ହଇରାଣ ହରକତ ଓ ହାରି ଗୁହାରି । ଓଡିଶାରେ ନିଜ ଜିଲ୍ଲାରେ ପହଁଚି ଗାଁର କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ କଟେଇବା ପରେ ଘରେ ୭ ଦିନ ସଙ୍ଗରୋଧ ରହିବାକୁ ଯାଇ ନିଜ ଘରକୁ ପହଞ୍ଚିଥିଲେ ହେଲେ ସେଠାରେ ଗାଁଲୋକଙ୍କ ଠାରୁ ହଟହଟା ହୋଇ ତଡାଖାଇ ଜଙ୍ଗଲକୁ ପଳେଇଥିଲେ । ସେଠାରେ ଦୁଇଦିନ ଦୁଇ ରାତି ଖରା ଓ ପ୍ରବଳ ବର୍ଷାରେ ଡାଳ ପତ୍ର କୁଡ଼ିଆରେ ରହୁଥିବା  ଘଟଣା ଉପରେ ନିଉଜ ସେଭେନ  ଟିମର  ନଜର ପଡିଥିଲା । ପରେ ଉକ୍ତ ଘଟଣାକୁ ପ୍ରସାରଣ କରିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଗାଁକୁ ଯାଇ ଗ୍ରାମବାସୀଙ୍କୁ  ଦୀର୍ଘ ସମୟ ବୁଝେଇବା ପରେ ଗାଁ ଲୋକେ ବୁଝି ପାରି ସେମାନଙ୍କୁ ନିଜ ଘରକୁ  ଜିଲ୍ଲା ପୋଲିସ ଓ ପ୍ରାସାସନ ସହିତ ମିଶି ସେମାନଙ୍କ ଘରକୁ ପାଛୋଟି ନେଇଥିଲେ ।

{"id":280747,"sizeSlug":"large"}

ସେହିପରି ସେହି ଗାଁର ଆଉ ଜଣେ ଝିଅ ବବିତା ବିଶି ବଲାଙ୍ଗୀର ଜିଲ୍ଲାରେ ଶିକ୍ଷୟିତ୍ରୀ ଭାବେ ଘରୋଇ ସ୍କୁଲରେ କାର୍ଯ୍ୟ କରୁଥିଲେ । ଲକଡାଉନ ପାଇଁ ଗାଁକୁ ଆସି ପାରି ନଥିଲେ । ଗାଁର ଅଙ୍ଗନବାଡି ଦିଦି ଓ ଆଶା ଦିଦିଙ୍କ ସାହାର୍ଯ୍ୟରେ ଗାଁକୁ ଫେରିଥିଲେ । ହେଲେ ବବିତାଙ୍କୁ ମଧ୍ୟ ଗାଁରୁ ଅନେକ ମହିଳା ମିଶି ତଡିଦେଇଥିଲେ । ପରେ ସେ ମାମୁଁଙ୍କ ସହାୟତାରେ ଜଙ୍ଗଲରେ ରହି ରାତି ଅଧରେ ମାମୁଁ ଘର ଗାଁ କୁ ଯାଇ ଲୁଚିରହିଥିଲେ । ନିଉଜ ସେଭେନରେ ତାଙ୍କ ଗାଁର ଖବର ପ୍ରସାରଣ ହେବା ପରେ  ନିଉଜ ସେଭେନ ଟିମ ସହ ଯୋଗା ଯୋଗ କରିଥିଲେ ବବିତା, ଏବଂ ତାଙ୍କ ସମସ୍ୟା ବିଷୟରେ କହିଥିଲେ  ।ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବବିତାଙ୍କୁ ମଧ୍ୟ ଗାଁ କୁ ଫେରେଇ ଆଣିବାରେ ସକ୍ଷମ ହୋଇଥିଲା ଟିମ । ଯାହାକୁ ନେଇ ଖୁସିରେ ଜିଲ୍ଲା ପ୍ରଶାସନ ଓ ନିଉଜ ସେଭେନ କୁ ଧନ୍ୟବାଦ ଜଣାଇଛନ୍ତି ବବିତା ଓ ଗାଁ ଫେରନ୍ତା ଶ୍ରମିକ ଙ୍କ ପରିବାର ଲୋକେ ।

{"id":280748,"sizeSlug":"large"}

ଭଟଲି ବ୍ଲକ ର ମୂଳବାର ପଂଚାୟତର ସର୍ଦ୍ଧାପାଲି ଗାଁର  ତାମିଲନାଡୁ ଫେରନ୍ତା  ତିନିଜଣ ଶ୍ରମିକ ସଂକୀର୍ତ୍ତନ ସୁନା, ରାଜେନ୍ଦ୍ର ସୁନା ଓ ଉମାକାନ୍ତ ସେଠ ତାମିଲନାଡୁରୁ ଫେରିବା ପରେ ସେମାନଙ୍କୁ ପ୍ରଥମେ  କାଶିପାଲି ଗାଁ ର କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ସଙ୍ଗରୋଧ ରହିବା ପରେ ହୋମ କ୍ବାରେଣ୍ଟାଇନ ରହିବାକୁ ପାଇଁ ଗାଁ କୁ  ନିଜ ଘରକୁ ଆସିଥିଲେ  । ହେଲେ ଗାଁର ଶତାଧିକ ମହିଳା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଗାଁରୁ ବାହାରକୁ ତଡିଦେଇଥିଲେ ।

{"id":280749,"sizeSlug":"large"}

ବାଧ୍ୟ ହୋଇ ନିଜ ପରିବାର ଲୋକଙ୍କ ସହ ନିକଟସ୍ଥ ଜଙ୍ଗଲରେ  ଖରାରେ ଏବଂ ପ୍ରବଳ ବର୍ଷା ରେ ପତ୍ର କୁଡ଼ିଆ କରି  ବହୁ କଷ୍ଟରେ ରହୁଥିଲେ ୬ବର୍ଷ ର ଶିଶୁ ସହିତ  ଖାଲି ସେତିକି ନୁହଁ ପିଇବା ପାଣି ଦୋକାନ କୁ ବାରଣ କରିଥିଲେ  ଗାଁ ଲୋକେ । ହେଲେ ଘଟଣା ବିଷୟରେ ଜାଣିବା ପରେ ବରଗଡ଼ ଉପଜିଲ୍ଲାପାଳ ପ୍ରଭାଷ କୁମାର ଡନସେନା ଅତିରିକ୍ତ ଏସ୍ପି ଅମରେନ୍ଦ୍ର ରଣା ,ଏସ୍ଡିପିଓ ପ୍ରଭାକର ସାହୁ ଙ୍କ ସମେତ ଭଟଲି ବ୍ଲକର ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ପହଁଚି ଗାଁ ଲୋକଙ୍କୁ ବୁଝାସୁଝା କରିବାରୁ ଗାଁ ଲୋକେ ନିଜର ଭୁଲ ବୁଝିପାରି ସମସ୍ତେ ମିଶି ଗାଁକୁ ପାଛୋଟି ନେଇଥିଲେ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଓ ଗାଁର ଝିଅ ବବିତାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.