ଟିଏମସିରୁ ଫେରାର ହୋଇଗଲେ ପ୍ରବାସୀ, ଖୋଜୁଛି ପୋଲିସ

Published By : Prameya-News7 Bureau | July 11, 2020 IST

ଭଦ୍ରକ, ୧୧|୦୭: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ସରକାର କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରିଛନ୍ତି । ଏପରିକି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା  ଟି.ଏମ.ସି.ରେ ରଖିବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଅନେକ ସମୟରେ ପ୍ରବାସୀମାନେ ଆଇନକୁ ସଠିକ୍ ଭାବେ ପାଲନ କରୁନଥିବା ଅଭିଯୋଗ ହେଉଛି । ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ଦେଖିବାକୁ ମିଳିଛି ।

ଭଣ୍ଡାରୀପୋଖରୀ ଥାନା ଷୋଳମପୁର ପଞ୍ଚାୟତକ ମଣିନାଥପୁର ସ୍କୁଲରେ ହୋଇଥିବା ଏକ ଟିଏମସିରୁ ଜଣେ ପ୍ରବାସୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଶୁକ୍ରବାର ରାତିରୁ ସେ ଫେରାର ହୋଇଯାଇଥିବା ଜଣାପଡିଛି ।

ପ୍ରବାସୀ ଜଣକ ଗତ ୫ ତାରିଖରେ ବିମାନ ଯୋଗେ କେରଳରୁ  ଫେରି ଟିଏମସିରେ ନାମ ପଞ୍ଜିକରଣ କରିଥିଲେ । କିନ୍ତୁ ଖସିପଳାଇଥିବା ପ୍ରବାସୀଙ୍କୁ ଏଯାଏଁ  ପୋଲିସ ଠାବ କରିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.