ବାୟୁସେନାର MiG-29k ବିମାନ ଦୁର୍ଘଟଣା , ପାଇଲଟ ସୁରକ୍ଷିତ : ଘଟଣାର ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | February 23, 2020 IST

ପାନାଜୀ ୨୩।୦୨: ମିଗ-୨୯K ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି । ବାୟୁସେନାର  ମିଗ-୨୯K ବିମାନ ଗୋଆରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ତେବେ ଏଥିରେ ଯାତ୍ରା କରୁଥିବା ୨ ଜଣ ପାଇଲଟ୍ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଦୁଇ ଜଣ ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରିଆସିଛନ୍ତି । ଘଟଣାର ଦତନ୍ତ ନିର୍ଦ୍ଦେଶ ଦିଆଯାଇଛି ।

{"id":228025,"sizeSlug":"large"}

ସୂଚନାଯୋଗ୍ୟ ଯେ,  ରବିବାର ଦିନ ସକାଳ ସମୟ ୧୦.୩୦ ସମୟରେ ବିମାନଟି ପ୍ରତିଦିନ ପରି ନିୟମତି ଉଡାଣ ଭରିଥିଲା । କିନ୍ତୁ ବିମାନଟି କିଛି ବାଟ ଯିବା ପରେ ଗୋଆ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ବିମାନରେ ଯାତ୍ରା କରୁଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଭାବେ ଓହ୍ଲାଇପଡିଥିଲେ । ଦୁଇ ଜଣଙ୍କୁ ବାୟୁସେନା ଚିହ୍ନିଟ କରିଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ବାୟୁସେନାର ଏକ ଟିମ୍‌ ପଠାଯାଇଥିବାର ସୂଚନା ମିଳିଛି ।

wp:core-embed/twitter {"url":"https://twitter.com/ANI/status/1231474640121257984","type":"rich","providerNameSlug":"twitter","className":""}
https://twitter.com/ANI/status/1231474640121257984
/wp:core-embed/twitter

ତେବେ କେଉଁ ପରିସ୍ଥିତିରେ ଓ କେମିତି ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି , ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଭାରତୀୟ ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି  ଗତ ବର୍ଷ ନଭେମ୍ବର ୧୬ ତାରିଖ ଦିନ ଭାରତୀୟ ବାୟୁସେନାର ଏକ MIG ଟ୍ରେନିଂ ବିମାନ ଗୋଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଘଟଣାର ତଦନ୍ତ ପରେ ଜଣାପଡିଥିଲା ଯେ, ବିମାନରେ ଅଚାନକ ନିଆଁ ଲାଗିଯିବାରୁ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.