୧୨ ଦିନ ପରେ ଗୋଆ ଉପକୂଳରୁ ମିଳିଲା ନିଖୋଜ Mig-29K ପାଇଲଟ୍‌ଙ୍କ ମୃତଦେହ

Published By : Prameya-News7 Bureau | December 07, 2020 IST

ପାନାଜୀ ୦୭/୧୨: ୧୨ ଦିନ ପରେ ମିଳିଲା ମିଗ୍‌-୨୯କେ ପାଇଲଟଙ୍କ ମୃତଦେହ। କମାଣ୍ଡର ନିଶାନ୍ତ ସିଂହଙ୍କ ମୃତଦେହ ଗୋଆ ଉପକୂଳରୁ ୩୦ ମାଇଲ୍‌ ଦୂରରେ ୭୦ ମିଟର ପାଣି ତଳୁ ଉଦ୍ଧାର କଲା ଭାରତୀୟ ନୌସେନା ।  ୨୬ ନଭେମ୍ବରରେ ମିଗ୍‌-୨୯କେ ଲଢ଼ୁଆ ବିମାନ ଆରବ ସାଗର ଉପରେ ଉଡ଼ାଣ ଭରୁଥିବା ବେଳେ କ୍ରାସ୍ ହୋଇଥିଲା।

ନିଶାନ୍ତଙ୍କ ବ୍ୟତୀତ ଅନ୍ୟ ଜଣେ ପାଇଲଟଙ୍କୁ‌ ଘଟଣା ଦିନ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହାକି ଆରବ ସାଗରରେ ଘଟିଥିଲା।  ଗୋଆରେ ଆଇଏନଏସ୍‌ ବିକ୍ରମାଦିତ୍ୟରୁ ମିଗ୍‌-୨୯ କେ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିଲା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ନିଶାନ୍ତଙ୍କୁ ଖୋଜିବା ପାଇଁ ୯ ଯୁଦ୍ଧ ଜାହଜ, ୧୪ଟି ଏୟାରକ୍ରାଫ୍ଟ ନିୟୋଜିତ ହୋଇଥିଲା। ଏହା ସହ ନଭେମ୍ବର ୨୯ରେ ବିମାନର କିଛି ଅଂଶ ମିଳିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଥିଲା।  ୯ ଯୁଦ୍ଧ ଜାହଜ, ୧୪ଟି ଏୟାରକ୍ରାଫ୍ଟ ସମେତ ସର୍ଚ୍ଚ ଅପରେସନ୍‌ରେ ଲାଗିଥିଲା ନୌସେନାର ଇଣ୍ଟରସେପ୍ଟର। ସେପଟେ ମେରାଇନ୍‌ ପୋଲିସ୍‌ ବି ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲା। ବିଶେଷ କରି ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ନୌସେନାକୁ ସହାୟତା କରିଥିଲେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.