ମିଗ୍-୨୯ ଟ୍ରେନର୍ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ନିଖୋଜ
27/11/2020 at 9:55 AM

ନୂଆଦିଲ୍ଲୀ,୨୭/୧୧: ଭାରତୀୟ ନୌସେନାର ଟ୍ରେନନ୍ ବିମାନ ଏମଆଇଜି-୨୯କେ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମୁଦ୍ର ଉପରେ ଉଡୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନୌସେନାର କହିବାନୁସାରେ, ଆରବ ସାଗର ଉପରେ ଉଡାଣ କରିବା ବେଳେ ଏହି ଅଘଟଣ ଘଟିଥିଲା । ଏହାପରେ ପାଇଲଟଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ ପାଇଲଟଙ୍କୁ ରକ୍ଷା କରିଛନ୍ତି । ଅନ୍ୟ ପାଇଲଟଙ୍କ ସନ୍ଧାନ ଏବେବି ଜାରି ରହିଛି । ନୌସେନା ପକ୍ଷରୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
A MiG-29K trainer aircraft operating at sea met with an accident at about 1700 hrs on 26 Nov 20. One pilot recovered and search by air and surface units in progress for the second pilot. An inquiry has been ordered to investigate the incident: Indian Navy
— ANI (@ANI) November 27, 2020
ଏମଆଇଜି-୨୯ ଏକ ଲଢୁଆ ବିମାନ ଅଟେ । ଏହାର ଲମ୍ବ ୧୭.୩୨ ମିଟର । ଏହା ୧୮ ହଜାରରୁ କେଜିରୁ ସାମଗ୍ରୀ ନେଇ ଉଡି ପାରିବ । ଏହାର ଇନ୍ଧନ କ୍ଷମତା ମଧ୍ୟ ୩୫୦୦ କେଜି ।
ସୀମାରେ ଚୀନ ସହ ଉତ୍ତେଜନା ମଧ୍ୟରେ ଭାରତ ସରକାର ଚଳିତ ବର୍ଷ ୨୧ଟି ନୂଆ ମିଗ୍-୨୯ ବିମାନ କିଣିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଋଷଠୁ ଏହି ଯୁଦ୍ଧ ବିମାନ କିଣାଯିବ । ଏଥିପାଇଁ ପ୍ରାୟ ୭୪୧୮ କୋଟି ଟଙ୍କା ଖର୍ଚ୍ଚ ହେବ ।