ବାୟୁସେନାରେ MIG-27ଯୁଗର ଅବସାନ, ଶୁକ୍ରବାର ଯୋଦ୍ଧପୁରରେ ଦିଆଯିବ ଶେଷ ବିଦାୟ

Published By : Prameya-News7 Bureau | December 26, 2019 IST

ନୁଆଦିଲ୍ଲୀ ୨୬।୧୨: ଭାରତୀୟ ବାୟୁସେନାରୁ ମିଗ୍-୨୭ ସ୍କ୍ୱାଡ୍ରନ ଶୁକ୍ରବାର ବିଦାୟ ନେବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଯୋଧପୁର ବାୟୁସେନାଘାଟିରୁ ଏହି ସ୍କ୍ୱାଡ୍ରନକୁ ବିଦାୟ ଦେବା ଲାଗି ପ୍ରସ୍ତୁତି ଶେଷ ହୋଇଛି। ଫଳରେ ଭାରତୀୟ ବାୟୁସେନାରେ ମିଗ୍‌ ଯୁଦ୍ଧବିମାନର ଯୁଗ ଅବସାନ ହେବ। ଏକଦା ଭାରତୀୟ ଆକାଶ ସୀମା ସୁରକ୍ଷାରେ ଋଷିୟ ମିଗ୍‌ର ଯୋଗଦାନ ଉଲ୍ଲେଖନୀୟ ଥିଲା। ତେବେ ସୋଭିୟେତର ପତନ ସହ ଯନ୍ତ୍ରାଂଶ ନ ମିଳିବା ଯୋଗୁ ବାୟୁସେନାର ଏହି ଯୁଦ୍ଧ ବିମାନ ଉଡନ୍ତା କଫିନ ନାମରେ ପରିଚିତ ହୋଇଥିଲା।   

{"id":203062,"sizeSlug":"large"}

ବିମାନ ବାହିନୀରୁ ଏହି ଯୁଦ୍ଧବିମାନର ବିଦାୟ ପରେ ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ ସଂଖ୍ୟା ୨୮କୁ ଖସି ଆସିବ।  ଯୋଧପୁରର ସ୍କ୍ୱାଡ୍ରନ ନମ୍ବର ୨୯ ଅର୍ଥାତ୍ SCORPIONS MIG-୨୭ ଉଡୁଥିବା ଶେଷ ସ୍କ୍ୱାର୍ଡନ । ଏହା ପାଖରେ ୧୫ଟି ମିଗ୍ ୨୭ ଜେଟ୍ ଫାଇଟର ରହିଛି । ମିଗ୍ ୨୭ ଏୟାରକ୍ରାଫ୍ଟକୁ ୧୯୮୨ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା ଏବଂ ୨୦୦୫ରେ ଏହାକୁ ଅପଗ୍ରେଡ୍ କରାଯାଇଥିଲା ।

{"id":203063,"sizeSlug":"large"}

ହିନ୍ଦୁସ୍ତାନ ଏୟରୋନୋଟିକ୍ସ ଲିମିଟେଡ୍ ଲାଇସେନ୍ସ ପ୍ରଡକ୍ସନ ଅନୁସାରେ ସମୁଦାୟ ୧୬୫ଟି ମିଗ୍ ୨୭  ପ୍ରସ୍ତୁତ କରାଯାଇଥିଲା । ଏହି ଫାଇଟର୍ ଏୟାରକ୍ରାଫ୍ଟ ୧୯୯୯ରେ କାର୍ଗିଲର ପାହାଡରେ ପାକିସ୍ତାନୀ ସୈନିକଙ୍କୁ ଘଉଡାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବଟାଲିକ୍ ସେକ୍ଟରରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ମିଗ୍ ୨୭ରେ ଉଡାଣ କରୁଥିବା ଫ୍ଲାଇଟ୍ ଲେଫ୍ଟନାଣ୍ଟ ନଚିକେତାଙ୍କ ବିମାନ କ୍ଷତିଗ୍ରସ୍ତ ହେବା ଯୋଗୁ ସେ ପାକିସ୍ତାନ ଅଞ୍ଚଳରେ ଅବତରଣ କରିଥିଲେ। ପାକ୍ ସେନା ତାଙ୍କୁ ବନ୍ଦୀ କରିବା ଯୋଗୁ କାର୍ଗିଲର ସୂତ୍ରପାତ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.