MIG-27: ଭାରତୀୟଙ୍କ ପ୍ରଥମ ନଜରରେ ଥିଲା ହେମାମାଲିନୀ, ଜାଣନ୍ତୁ ପାକିସ୍ତାନୀ ଓ ପାଇଲଟ୍‌ଙ୍କ ପତ୍ନୀ କ’ଣ ରଖିଥିଲେ ନାମ

Published By : Prameya-News7 Bureau | December 27, 2019 IST

ଯୋଦ୍ଧପୁର ୨୭।୧୨:  ଭାରତୀୟ ବାୟୁସେନାରେ ଶୁକ୍ରବାର ମିଗ୍-୨୭ ଯୁଦ୍ଧବିମାନ ଯୁଗର ଅବସାନ ହୋଇଛି। ଏଥିଲାଗି ଯୋଦ୍ଧପୁର ବାୟୁସେନା ବିମାନଘାଟିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ‘ସୂର୍ଯ୍ୟକିରଣ’ ସ୍କ୍ୱାଡ୍ରନର ଏରୋବେଟିକ୍ସ ସୋରେ ମିଗ୍-୨୭କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭାରତୀୟ ବାୟୁସେନାରେ ଶେଷ ସ୍କ୍ୱାଡ୍ରନ ଥିଲା ସୋଭିଏତ ଯୁଗର ଏହି ଯୁଦ୍ଧବିମାନ। ୭ଟି ମିଗ୍ ଫ୍ଲାଏପାଷ୍ଟ କରି ବାୟୁସେନାରୁ ଅବସର ଗ୍ରହଣ କରିଛନ୍ତି।  

wp:html /wp:html

ଯୋଦ୍ଧପୁରରେ ହୋଇଥିଲା ବିମାନର କମିଶନିଂ
ଆଜକୁ ପ୍ରାୟ ୩୮ ବର୍ଷ ପୂର୍ବେ ୧୯୮୧ ମସିହାରେ ଯୋଦ୍ଧପୁର ଭାରତୀୟ ବାୟୁସେନା ଘାଟିରୁ ଏହି ଯୁଦ୍ଧବିମାନ କାର୍ଯ୍ୟାରମ୍ଭ କରିଥିଲା। ୨୬ ଜାନୁୟାରୀ  ୧୯୮୧ରେ ମିଗ୍‌କୁ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ କରାଯିବା ବେଳେ ଲୋକେ ସ୍ୱିଙ୍ଗୱିଙ୍ଗ ବିମାନ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଣୁ ମିଗ୍‌କୁ ଲାଲ ରଙ୍ଗରେ ପେଣ୍ଟ କରାଯାଇଥିଲା। ଲାଲ ଲଙ୍ଗରେ ମିଗ୍‌କୁ ଉଡୁଥିବା ଦେଖି ଲୋକେ ଏହାକୁ  ‘ହେମାମାଲିନୀ’ ନାମକରଣ କରିଥିଲେ।  

{"id":203446,"sizeSlug":"large"}

ମିଗ୍ ଚଳାଇ ଶିଖିବାକୁ ଯୋଦ୍ଧପୁର ଆସୁଥିଲେ ପାଇଲଟ୍
ଏକ ସମୟରେ ଭାରତୀୟ ବାୟୁସେନାର ଏହି ଯୁଦ୍ଧବିମାନ ଥିଲା ବିଶ୍ୱର ସର୍ବାଧୁନିକ ଯୁଦ୍ଧବିମାନ। ଏହାର ପ୍ରଶିକ୍ଷଣ ଲାଗି ପାଇଲଟ୍‌ଙ୍କୁ ଯୋଦ୍ଧପୁର ଯିବାକୁ ପଡୁଥିଲା। ମିଗ୍ ଉଡାଇଥିବା ପାଇଲଟ୍ ହିଁ ଜାଣନ୍ତି ଏହାର ଶକ୍ତି ଓ ସାମର୍ଥ୍ୟ, ଏଣୁ ବିମାନ ଉଡାଇବା ଲାଗି କେହି ସୁଯୋଗର ହାତଛଡା କରିବାକୁ ଚାହୁଁନଥିଲେ। ଏଣୁ ଫାଇଟର ଜେଟ୍ ପାଇଲଟ୍‌ଙ୍କ ପତ୍ନୀମାନେ ମିଗ୍‌କୁ ‘ସୌତନ’ ବା ସଉତୁଣୀ ବୋଲି କହୁଥିଲେ।

{"id":203448,"sizeSlug":"large"}

ଡରୁଥିଲା ପାକିସ୍ତାନ
ଭାରତୀୟ ବାୟୁସେନାର ମିଗ୍‌ ସ୍କ୍ୱାଡ୍ରନ ପାକିସ୍ତାନକୁ ନାକେଦମ କରିରଖିଥିଲା। ଏହାର ଭୀଷଣ ଶବ୍ଦ ସାଙ୍ଗକୁ ବେଗ ନିମିଷେକରେ ପାଇଲଟଙ୍କୁ ତାଙ୍କ ଲକ୍ଷସ୍ଥଳରେ ପହଞ୍ଚାଇଦେଉଥିଲା। ଟାର୍ଗେଟ୍ ସନ୍ଧାନରେ ଦକ୍ଷ ମିଗ୍ ଶତ୍ରୁକୁ ଆତ୍ମ ରକ୍ଷାର ବି ସୁଯୋଗ ଦେଉନଥିଲା। ଏଣୁ ପାକିସ୍ତାନୀ ସୈନିକ ମାନେ ମିଗ୍‌କୁ ‘ଚୁଡେଲ’ ବା ଭୂତୁଣୀ ବୋଲି କହୁଥିଲେ। ଗତ କାର୍ଗିଲ ଯୁଦ୍ଧରେ ବେଶ୍ ବାହୁଦୁରୀ ପ୍ରଦର୍ଶନ କରିଥିଲା ମିଗ୍‌। ଏଣୁ ଭାରତୀୟ ସେନା ‘ବାହାଦୁର’ ବୋଲି ନାମକରଣ କରିଥିଲା ମିଗ୍‌ର।

{"id":203449,"sizeSlug":"large"}

ଭାରତୀୟ ବାୟୁସେନାରେ ୧ ହଜାର ୨୦୦ଟି ମିଗ୍ ଫାଇଟର ଜେଟ୍ ଥିଲା। ତେବେ ୧୯୭୦ ମସିହା ପରେ ମିଗ୍ ବିମାନଗୁଡିକ ଅସୁରକ୍ଷିତ ହୋଇପଡିଥିଲା।  ୧୭୦ ଜଣ ଭାରତୀୟ ବାୟୁସେନା ପାଇଲଟ୍ ଓ ୪୦ ଜଣ ସାଧାରଣ ନାଗରିକ ମିଗ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବାର ରେକର୍ଡ ରହିଛି।  ଏଣୁ ଏଗୁଡିକୁ  ଲୋକେ ଉଡନ୍ତା କଫିନ କହିବା ପରେ  ଧିରେ ଧିରେ ବାୟୁସେନାରୁ ହଟାଇ ଦିଆଯାଉଛି। ତେବେ ଯୋଦ୍ଧପୁର ସ୍କ୍ୱାଡ୍ରନ-୨୯ ସ୍କୋରପିଓ ରେ ୭ଟି ମିଗ୍-୨୭ ସେବାରେ ଥିଲେ।  ହେଲେ ବିମାନବାହିନୀର ଆଧୁନିକିକରଣ ସହ ମିଗ୍‌ କୁ ହଟାଇ ଦିଆଯାଇଛି। ମିଗ୍ ବ୍ୟତୀତ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନରେ ଋଷିଆର ସୁଖୋଇ, ଫରାସୀ ମିରେଜ ୨୦୦୦, ଜାଗୁଆର, ମିଗ୍-୨୯, ମିଗ୍-୨୧ ବାଇସନ୍ ଥିବା ବେଳେ  ଏବେ ନିକଟରେ ଫ୍ରାନ୍ସ ଡାସଲ୍ଟର ରାଫେଲ ଯୁଦ୍ଧବିମାନକୁ  ମିସାଇବା ଲାଗି ଯୋଜନା ହାତକୁ ନିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.