Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବାୟୁସେନାର ଆକାଶ ରକ୍ଷକ MIG-21 ଏବେ ରାସ୍ତାକଡ଼ ଢାବାରେ

9/07/2020 at 8:12 PM

ରୋହତକ ୯।୭: ସେନାରେ କାମ କରୁଥିବା ଜବାନ ଆଗରୁ  ଅବସର ପରେ ଜାତୀୟ ରାଜମାର୍ଗରେ ଢାବା ଚଳାଇବା ଦେଶରେ ସାଧାରଣ କଥା। ତେବେ ବାୟୁସେନାରୁ ଅବ୍ୟହତି ପରେ ମିଗ୍ ଜେଟ୍‌ ଫାଇଟର ଢାବାରେ ଛିଡା ହେବା ରୋହତକରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରୋହତକ-ଦିଲ୍ଲୀ ଜାତୀୟ ରାଜମାର୍ଗରେ ଥିବା ମହାରାଜା ଢାବାରେ ଖାସ୍ ଏହି ଯୁଦ୍ଧବିମାନ ଯୋଗୁ ଗ୍ରାହକଙ୍କ ଭିଡ ଜମୁଛି। ଲୋକେ ଢାବାରେ ଖାଇବା ସହ ଫାଇଟର ଜେଟ୍‌ ସହ ସେଲଫି ନେଉଥିବାର ଦେଖାଯାଇଛି।

ଫାଇଟର ଜେଟ୍‌ଟି ଭାରତୀୟ ବାୟୁସେନାରୁ ଅବସର ଗ୍ରହଣ କରିବା ପରେ ଏହାକୁ ଅକ୍ସନ କରିଦିଆଯାଇଥିଲା। ପଠାନକୋଟ୍‌ରୁ ନିଲାମରେ ଅଣାଯାଇଥିବା ଜେଟ୍‌ ବିମାନରେ ଇଞ୍ଜିନ ନାହିଁ। ତେବେ ମାଲିକ ଏହାକୁ ଯୋଡାଯୋଡି କରି ଅବିକଳ ଯୁଦ୍ଧବିମାନର ରୂପ ଦେବାରେ ସଫଳ ହୋଇଥିବା ବେଳେ ଢାବା ପାର୍କିଂରେ ଏହା ଶୋଭା ବର୍ଦ୍ଧନ କରୁଛି।

ସୁପସୋନିକ ଫାଇଟର ଜେଟ୍‌ ଓ ଇଣ୍ଟରସେପ୍ଟର ତତ୍କାଳୀନ ସୋଭିୟେତ ସଂଘ ସମୟରେ ଡିଜାଇନ୍‌ କରାଯାଇଥିଲା। ୧୯୫୦ ଦଶକରେ ସବୁଠୁ ଅତ୍ୟାଧୁନିକ ଥିଲା ମିଗ୍-୨୧। ହେଲେ ଆଜିବି ସାରା ଦୁନିଆରେ ଏହି ଜେଟ୍‌ ଫାଇଟରର ଦବଦବା ରହିଛି। ଏବେବି ଭାରତୀୟ ବାୟୁସେନାରେ ୧୦୦ରୁ ଅଧିକ ଉନ୍ନତ ମିଗ୍‌-୨୧ ବିମାନ ଥିବାବେଳେ ଏହାର ସ୍କ୍ୱାଡ୍ରନ ମଧ୍ୟ ଅଛି।

ଭାରତୀୟ ବାୟୁସେନା ଅଧିକାରୀଙ୍କ ଅନୁସାରେ ସ୍କ୍ରାପ୍‌ ଭାବେ ବିକ୍ରି ହୋଇଥିବା ବିମାନ ପୁରା ପ୍ରତିକୃତିରେ ମିଳିବ ନାହିଁ। ଢାବାରେ ଛିଡା ହୋଇଥିବା ଯୁଦ୍ଧବିମାନ ଠିକ୍‌ ତା ଆକୃତିର ଲାଗୁଛି ହେଲେ ଯେଉଁ ଚକମାନଙ୍କ ଉପରେ ଛିଡା ହୋଇଛି ତାହା ସ୍ଥାନୀୟ ଭାବେ ସଂଗୃହୀତ। ଏପରି ଯୁଦ୍ଧବିମାନ ଲାଗି ଦେଶର ଅନେକ ଶିକ୍ଷଣାନୁଷ୍ଠାନମାନେ ଦୀର୍ଘ ଦିନରୁ ଆବେଦନ କରିଛନ୍ତି। ତେବେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବିମାନକୁ ବାୟୁସେନା ସ୍କ୍ରାପ ଆକାରରେ ନିଲାମ କରିଥାନ୍ତି ବୋଲି ବାୟୁସେନା ଅଧିକାରୀ କହିଛନ୍ତି।

ମହାରାଜା ଢାବା କେବଳ ବାୟୁସେନା ଯୁଦ୍ଧ ବିମାନ ନୁହେଁ ନିଜ ପରିସରରେ ପୁରୁଣା ଟ୍ରାକ୍ଟର, କାର ଆଦି ମଧ୍ୟ ପ୍ରଦର୍ଶନ କରୁଛନ୍ତି। ଏଥିରେ ଢାବା ପରିସରରେ ଏକ  ଅଷ୍ଟିନ-୭ କାର ମଧ୍ୟ ରହିଛି। ବ୍ରିଟିଶ କାର ନିର୍ମାତା ଅଷ୍ଟିନ୍‌ ୧୯୨୨ରୁ ୧୯୩୯ ମସିହା ପର୍ଯ୍ୟନ୍ତ ଏହି କାର ଉତ୍ପାଦନ କରୁଥିଲେ। ଏହି କାରଟିକୁ ଢାବା ହାଇଦ୍ରାବାଦରୁ ସଂଗ୍ରହ କରିଥିବା ଏହାର ମ୍ୟାନେଜର କହିଛନ୍ତି। ଏଠାରେ ପ୍ରଦର୍ଶିତ ହେଉଥିବା ଟ୍ରାକ୍ଟର ମଧ୍ୟରେ ଗୋଟିଏ ଋଷିଆ ନିର୍ମିତ ଡିଟି-୧୪ ମଧ୍ୟ ଅଛି। ଭାରତରେ ଏପରି ଟ୍ରାକ୍ଟର ୧୯୬୦ ଦଶକରେ ବ୍ୟବହୃତ ହେଉଥିଲା ଓ ଏପରି ଟ୍ରାକ୍ଟରଙ୍କ ସଂଖ୍ୟା ମଧ୍ୟ ଖୁବ୍ ସୀମିତ ଥିଲା। ଏହି ଟ୍ରାକ୍ଟରଟିକୁ ଢାବା ଦିଲ୍ଲୀରୁ ସଂଗ୍ରହ କରିଥିବା ମ୍ୟାନେଜରଙ୍କ ସୂଚନାରୁ ଜଣାପଡିଛି।

   Related Posts