ମଧ୍ୟପ୍ରାଚ୍ୟରେ ପ୍ରକୋପ କରୁଛି କରୋନାର ଚତୁର୍ଥ ଲହର, ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଲାଗି ପୁଣି ସତର୍କ କଲେ WHO

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦।୭: ଭାରତରେ ବିପଦଜନକ ଦ୍ୱିତୀୟ ଲହର ଲାଗି ଦାୟି କରୋନାର ଡେଲ୍ଟା ଭାରିଏଣ୍ଟ ଏବେ ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ପ୍ରକୋପ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏ ନେଇ ଗୁରୁବାର ସୂଚିତ କରିଥିବା ବେଳେ ଡେଲ୍ଟା ଭାରିଏଣ୍ଟ ଲାଗି ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ କରୋନାର ଚତୁର୍ଥ ଲହରର ସମ୍ମୁଖୀନ ହୋଇଥିବା କହିଛନ୍ତି।  ଏବେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ଉପରେ ନଜର ରଖା ଯାଇଛି।

{"id":488157,"width":836,"height":430,"sizeSlug":"large","linkDestination":"none"}

ମଧ୍ୟପ୍ରାଚ୍ୟରେ ଡବ୍ଲୁଏଚଓଙ୍କ ରିଜିଓନାଲ ଡାଇରେକ୍ଟର ଅହମ୍ମଦ ଅଲ-ମନ୍ଧାରୀ ଏବେ ସଂକ୍ରମିତ ହେଉଥିବା ୨୨ ଜଣଙ୍କ ମଧ୍ୟରୁ ୧୫ଜଣଙ୍କଠାରେ ଭୂତାଣୁର ଡେଲ୍ଟା ଭାରିଏଣ୍ଟ ମିଳୁଥିବା କହିଛନ୍ତି। ଏହି ସବୁ ଦେଶମାନଙ୍କରେ ଧିମା  ଟିକାକରଣ ସଂକ୍ରମଣ ବ୍ୟାପିବାର ଏକ ମୁଖ୍ୟକାରଣ ବୋଲି କୁହାଯାଇଛି। ଗତ ୧ ମାସରେ ଏଠାରେ କରୋନା ସଂକ୍ରମଣ ୫୫ ପ୍ରତିଶତ ବଢିଛି। ସେହିପରି ସଂକ୍ରମିତଙ୍କ ମୃତ୍ୟୁ ହାର ମଧ୍ୟ ୧୫ ପ୍ରତିଶତ ବଢିଛି। ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ଏବେ ପ୍ରତି ସପ୍ତାହରେ ୩.୧୦ ଲକ୍ଷ ଲୋକେ ସଂକ୍ରମିତ ହେଉଥିବା ବେଳେ ୩ହଜାର ୫୦୦ ପାଖାପାଖି ମୃତ୍ୟୁ ହେଉଛି।

{"id":488161,"sizeSlug":"large","linkDestination":"none"}

ଡବ୍ଲୁଏଚଓଙ୍କ ଅନୁସାରେ ଏବେ ଇରାନ, ଇରାକ, ଟ୍ୟୁନିସିଆ ଓ ଲିବ୍ୟାରେ ଭୂତାଣୁର ବିଶେଷ ପ୍ରକୋପ ରହିଛି। ଏଥିରେ ଗତ ସପ୍ତାହରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ପ୍ରାୟ ହସ୍ପିଟାଲରେ ଶଜ୍ୟାଭାବ ଦେଖା ଦେଲାଣି। ଏଠାରେ ଏବେ ଆଇସିୟୁ ଓ ଅକ୍ସିଜେନ ଯୋଗାଣ ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ଏ ପର୍ଯ୍ୟନ୍ତ ୪.୧ କୋଟି ଲୋକେ ଟିକାର ଦୁଇଟି ଜାକ ଡୋଜ ଗ୍ରହଣ କରିଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳର ମୋଟ ଜନସଂଖ୍ୟାର ଏହା ମାତ୍ର ୫.୫ ପ୍ରତିଶତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.