ଇରାନର ସର୍ବେସର୍ବା ଅଲ୍ଲୀ ହୁସେନି ଖାମେନି,ତାଙ୍କ ବିନା ଅନୁମତିରେ ପତ୍ର ହଲେନି : ତାଙ୍କ ବିଷୟରେ କିଛି ଖାସ୍ କଥା

Published By : Prameya-News7 Bureau | January 10, 2020 IST

ନୂଆଦିଲ୍ଲୀ ୧୦/୧: ଆମେରିକାରେ ଜାରି ରହିଥିବା ବିବାଦରେ ଯେଉଁ ଦୁଇଟି ନାଁ ପୂରା ଦୁନିଆରେ ଛାଇ ଯାଇଛି ସେଥିରୁ ପ୍ରଥମ ନାଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଦ୍ବିତୀୟ ନାଁ ଇରାନର ସର୍ବୋଚ୍ଚ ନେତା ସୟଦ ଅଲ୍ଲୀ ହୁସୈନି ଖାମେନିଙ୍କର। ଏମାନେ ଦୁହେଁ ପରସ୍ପରର ବଡ଼ ଶତ୍ରୃ। କେବଳ ଏତିକି ନୁହେଁ ଉତ୍ତେଜନାପୂର୍ଣ୍ଣ ମାହୋଲ୍ ଏବଂ କମାଣ୍ଡର କାସିମ୍ ସୁଲେମାନୀଙ୍କ ମୃତ୍ୟୁ ପରେ ଖାମେନି ହିଁ ଟ୍ରମ୍ପଙ୍କ ମୁଣ୍ଡକାଟ ପାଇଁ ୮୦ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷିତ କରିଥିଲେ। ତାଙ୍କ ଆଦେଶ ପରେ କାସିମଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ଇରାନ,ବାଗଦାଦ ସମେତ ଅନ୍ୟ ଆମେରିକୀୟ ଏୟାରବେସରେ ୨୧ଟି ରକେଟ୍ ମାଡ଼ କରିଥିଲେ।

{"id":209320,"sizeSlug":"large"}

ସୟଦ ଅଲ୍ଲୀ ହୁସେନି ଖାମେନି ଇରାନର ଦ୍ବିତୀୟ ସର୍ବୋଚ୍ଚ ନେତା। ଏହା ବ୍ୟତୀତ ସେ ପୂରା ମଧ୍ୟ ପୂର୍ବ ଦେଶରେ ଶାସନ କରୁଥିବା ଦ୍ବିତୀୟ ନେତା। ୧୯୮୯ରେ ଅୟାତୁଲ୍ଲାହ ଖାମେନିଙ୍କ ପରଲୋକ ପରେ ସେ ଏହି ପଦରେ ଥିଲେ। ଏହା ପୂର୍ବରୁ ସେ ଇରାନର ରାଷ୍ଟ୍ରପତି ମଧ୍ୟ ହୋଇସାରିଛନ୍ତି। ଅୟାତୁଲ୍ଲାହଙ୍କ ଭଳି ଇସଲାମିକ୍ ଯୁଦ୍ଧ ସମୟରେ ଅଲ୍ଲୀ ଖାମେନିଙ୍କୁ ଶାହ ପହଲଓ୍ବି ଦେଶରୁ ବିତାଡ଼ିତ କରିଥିଲେ। ଏହା ପୂର୍ବରୁ ତାଙ୍କୁ ପାଖାପାଖି ୬ଥର ଗିରଫ କରାଯାଇସାରିଛି। ୧୯୮୧ ଜୁନ୍ ମାସରେ ତାଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ କରାଯାଇଥିଲା।

{"id":209321,"sizeSlug":"large"}

ଅଲୀ ଖାମେନି ୧୯୮୦ମସିହାରେ ଇରାନ-ଇରାକ ଯୁଦ୍ଧ ସମୟରେ ରିଭୋଲ୍ୟୁସନାରୀ ଗାର୍ଡ଼ଙ୍କ ପାଖରେ ରହି ମଜବୁତ ରଣନୀତି ପ୍ରସ୍ତୁତ କରିଥିଲେ। ସେ ଇରାନର ତୃତୀୟ ରାଷ୍ଟ୍ରପତି ଥିଲେ ଯିଏ ୧୯୮୧ଠୁ ଆରମ୍ଭ କରି ୧୯୮୯ଯାଏଁ ଏହି ପଦରେ ଥିଲେ। ସେ ଅଲ୍ଲୀ ଅୟାତୁଲ୍ଲାହଙ୍କ ଘନିଷ୍ଠ ଥିଲେ। ଏହା ବ୍ୟତୀତ ସେ ତାଙ୍କ ଭରସାଯୋଗ୍ୟ ଥିଲେ।  ଏହି କାରଣରୁ ଅୟାତୁଲ୍ଲାହ ତାଙ୍କୁ ରାଷ୍ଟ୍ରପତି କରାଇଥିଲେ। ଅୟାତୁଲ୍ଲାହଙ୍କ ଘନିଷ୍ଠ ଥିବା କାରଣରୁ ତାଙ୍କୁ ଦେଶର  ସର୍ବୋଚ୍ଚ ପଦରେ ନିଯୁକ୍ତ କରାଯାଇଥିଲା। ସେ ସର୍ବୋଚ୍ଚ ନେତା ହେବାକୁ ନେଇ କିଛି ନେତା ବିରୋଧ କରିଥିଲେ। ଏମାନଙ୍କ ମଧ୍ୟରେ ହୁସୈନ ଅଲ୍ଲୀ ମୁନ୍ତଜାରି,ହଶେମି ରଫସନଜାନିଙ୍କ ନାଁ ସାମିଲ ରହିଛି। ତାଙ୍କୁ ୧୯୮୯ମସିହା ଜୁନ୍ ୪ତାରିଖରେ ୪୯ବର୍ଷ ବୟସରେ ଏହି ପଦ ପାଇଁ ବଛାଯାଇଥିଲା।

{"id":209322,"sizeSlug":"large"}

ସୁପ୍ରିମ ଲିଡର ହେବା ଯୋଗୁଁ ଖାମେନି ଦେଶର ସେନାଙ୍କ ସର୍ବୋଚ୍ଚ କମାଣ୍ଡର ମଧ୍ୟ। ସେ ଦେଶର ସବୁଠୁ ବଡ଼ ରାଜନୈତିଜ୍ଞ। ଦେଶର ସୁରକ୍ଷା ସହ ଜଡ଼ିତ ମାମଲା ହେଉ କିମ୍ବା ବ୍ୟବସାୟ ସହ ଜଡ଼ିତ,ବିଦେଶ ମାମଲା ସହ ଜଡ଼ିତ କୌଣସି ମାମଲା ହେଉ କିମ୍ବା ଆଭ୍ୟନ୍ତରୀଣ ସ୍ତରରେ କୌଣସି ଆଦେଶ,ସମସ୍ତ ମାମଲାରେ ତାଙ୍କର ଆଦେଶ ହିଁ ଅନ୍ତିମ ହୋଇଥାଏ। ସରକାରଙ୍କ କୌଣସି ନିଷ୍ପତ୍ତିକୁ ତାଙ୍କ ସହମତି ବିନା ପାଳନ କରାଯାଇନଥାଏ।

{"id":209323,"sizeSlug":"large"}

ଅଲ୍ଲୀ ଖାମେନିଙ୍କ ସମୟରେ ମଧ୍ୟ ଏପରି କିଛି ମୁହୂର୍ତ୍ତ ଆସିଥିଲା ଯେତେବେଳେ ଦେଶରେ ଜବରଦସ୍ତ ବିରୋଧ ପ୍ରଦର୍ଶନର ସାମନା କରିବାକୁ ପଡ଼ିଥିଲା। ୧୯୯୪ମସିହାରେ ତାଙ୍କୁ କାଜବିନ ବିରୋଧ,୧୯୯୯ରେ ଇରାନି ଛାତ୍ରଙ୍କ ବିରୋଧ,୨୦୦୯ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିରୋଧ ବ୍ୟତୀତ ଗତ ବର୍ଷ ଇରାନରେ ହୋଇଥିବା ହରତାଳ ଏବଂ ବିରୋଧ ପ୍ରଦର୍ଶନର ସାମନା କରିବାକୁ ପଡ଼ିଥିଲା। ଏହି ସମୟରେ ସାମ୍ବାଦିକ ସମେତ ଅନେକ ବ୍ଲଗର ଦେଶର ସର୍ବୋଚ୍ଚ ନେତାଙ୍କ ଅନାଦର ଏବଂ ନିନ୍ଦା କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଏଭଳି ମାମଲାରେ ଦୋଷ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। କେବଳ ଏତିକି ନୁହେଁ ୨୦୦୩ମସିହାରେ ଅଲୀ ଖାମେନି ଦେଶର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏକ ଫତଓ୍ବା ଜାରି କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.