ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ, ଅଭିଯୋଗ ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ

Published By : Prameya-News7 Bureau | May 12, 2022 IST

ସାଲେପୁର ୧୨/୦୫ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବା ପାଇଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନା ସରକାର ପ୍ରଣୟନ କରିଛନ୍ତି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ କଟକ ସଦର ମହକୁମାରରୁ ମାତ୍ର ଅତି ବେଶୀରେ ୧୫ ରୁ ୨୦ କିଲୋମିଟର ଦୂର ହେବ କଟକସଦର ବ୍ଲକର ବିଭିନ୍ନ ସରକାରୀ ଉର୍ଦ୍ଦୁ ସ୍କୁଲରେ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ ରବିବାର ମିଳୁନାହିଁ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ।

wp:gallery {"linkTo":"none"} /wp:gallery

ସାଧାରଣତ ସରକାରୀ ନିୟମ ମୁତାବକ ଉର୍ଦ୍ଦୁ ସ୍କୁଲ ଶୁକ୍ରବାର ଛୁଟିରହେ ରବିବାର ଖୋଲା ରହେ । ଗତ ଏପ୍ରିଲ ୨ ତାରିଖରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସଦର ବ୍ଲକ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବେ ପରଠାରୁ ଏ ଭଳି ଅବ୍ୟବସ୍ଥା ଲାଗିରହିଛି ।

ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା ସମ୍ବନ୍ଧରେ ସିଆରସିସିଙ୍କୁ ଅବଗତ କରାଇଥିଲୁ ସିଆରସିସି କଟକ ସଦର ବ୍ଲକ ଶିକ୍ଷା ଅଧିକାରୀ ସରସ୍ୱତୀ କାନୁନଗୋଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ ବୋଲି ନାରଦା ଉର୍ଦୁ ସ୍କୁଲୁର ପ୍ରଧାନ ଶିକ୍ଷତ୍ରି ସାରଦା ଦେଇ ପ୍ରକାଶ କରିଛନ୍ତି ।

ଏହି ଅବ୍ୟବସ୍ଥା ସମ୍ବନ୍ଧରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ମତାମତ ଲୋଡିବାରୁ ମୁଁ ଏ ସମ୍ବନ୍ଧରେ କିଛି ଜାଣି ନାହିଁ ମୁଁ ଏ ସମ୍ବନ୍ଧରେ ବୁଝିଲା ପରେ ମତାମତ ଦେବୀ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.