ଭାରତରେ କୋଭିଡ-୧୯ର ପିକ୍ ଆସିବ ନଭେମ୍ବରରେ, କମ୍ ପଡିବ ICU ଓ ଭେଣ୍ଟିଲେଟର

Published By : Prameya-News7 Bureau | June 14, 2020 IST

ନୂଆଦିଲ୍ଲୀ ୧୪।୬:  ଦେଶରେ କରୋନା ଭାଇରସ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସରକାର ଲକଡାଉନ୍ ଓ ସଟ୍‌ ଡାଉନ୍ ଭଳି କଟକଣା ଲାଗୁ କରୁଛନ୍ତି। ଏଣୁ ସମ୍ପୂର୍ଣ୍ଣ ସଂକ୍ରମଣରେ ବାଧା ଉପୁଜିଛି। ତେବେ ନଭେମ୍ବର ମଧ୍ୟ ସପ୍ତାହ ବେଳକୁ ଦେଶରେ କରୋନା ଭାଇରସ ସଂକ୍ରମଣ ତାର ଚରମ ଅବସ୍ଥାରେ ପହ଼ଞ୍ଚିବ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ସେତେବେଳେ କରୋନା ଲାଗି ଦେଶର ପ୍ରସ୍ତୁତି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିବ। ରୋଗୀଙ୍କ ଲାଗି ହସ୍ପିଟାଲମାନଙ୍କରେ ବେଡ୍, ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା କରିବା ଅସମ୍ଭବ ହୋଇପାରେ ବୋଲି ଅଧ୍ୟୟନରେ ସତର୍କ କରାଯାଇଛି।

{"id":286291,"sizeSlug":"large"}

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ଙ୍କ ଦ୍ୱାରା ଗଠିତ ଅପରେସନ ରିସର୍ଚ୍ଚ ଗ୍ରୁପ ଏହି ଅଧ୍ୟୟନ କରିଛନ୍ତି। ଏହି ଷ୍ଟଡି ଅନୁସାରେ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମିତଙ୍କ ଚିକିତ୍ସାରେ ହୁଏତ କୌଣସି ଅସୁବିଧା ହୋଇ ନ ପାରେ, ହେଲେ ଦ୍ୱିତୀୟ ସପ୍ତାହ ପର ବେଳକୁ ଆଇସୋଲେସନ ୱାର୍ଡ, ବେଡ, ଆଇସିୟୁ ଓ ଭେଣ୍ଟିଲେଟର ଅଭାବ ପଡିପାରେ। ଲକଡାଉନ କାରଣରୁ ସଂକ୍ରମଣର ପିକ୍ ୩୪ରୁ ୭୬ ଦିନକୁ ଟଳିପାରିଛି। ଏଣୁ ୬୯ ପ୍ରତିଶତରୁ ୯୭ ପ୍ରତିଶତ ସଂକ୍ରମଣ ହ୍ରାସ ହୋଇଛି।

{"id":286292,"sizeSlug":"large"}

ସେହିପରି ଲକଡାଉନ୍ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଅନ୍ୟ ଉପାୟ ଯୋଗୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣ ରୋକାଯାଇପାରିଛି। ହେଲେ ସଂକ୍ରମଣ ଏବେବି ଜାରି ରହିଛି। ଭାରତରେ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସୁସ୍ଥ ହେଉଥିବାର ଏ ପର୍ଯ୍ୟନ୍ତ ଦେଖାଯାଇଛି। ତେବେ ଆଗକୁ ଉପୁଜିବାକୁ ଥିବା ପରିସ୍ଥିତିକୁ ନେଇ ଏବେ ମଧ୍ୟ ସଠିକ କିଛି କୁହାଯାଇ ପାରୁନାହିଁ। ଏଣୁ ସତର୍କତା ହିଁ ସଂକ୍ରମଣରୁ ବର୍ତ୍ତିବାର ଏକମାତ୍ର ଉପାୟ ବୋଲିଚେତାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.