Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଷ୍ଟିଂ ଅପରେସନ/ ଦେଖନ୍ତୁ କେମିତି ସରକାରୀ ଅଧିକାରୀ ଲୁଟୁଛନ୍ତି ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ…

25/10/2019 at 4:32 PM

ସୋନପୁର (ଧୀରେନ୍ଦ୍ର ଦାନୀ) ୨୫|୧୦: ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାକୁ ସରକାର କରିଛନ୍ତି ମଧ୍ୟାହ୍ନ ଭୋଜନ  ଯୋଜନା । କିନ୍ତୁ ପିଲାଙ୍କ ପାଖରେ ମଧ୍ୟାହ୍ନ ଭେ।ଜନ ପହଞ୍ଚିଲେ ତ । କହିବାର ତାପ୍ତର୍ଯ୍ୟ ହେଲା ହରିଲୁଟ୍ ହେଉଛି ମଧ୍ୟାହ୍ନ ଭେ।ଜନ ଚାଉଳ । ଆଉ ଏହି ଦୁର୍ନିତିରେ ସାମିଲ ଅଛନ୍ତି ଖୋଦ୍ ବିଭାଗୀୟ ଅଧିକାରୀ । ଖୋଲାଖୋଲି ଭାବେ ପିଲାଙ୍କ ଏମଡିଏମ ଚାଉଳ  ଖାଇଯାଉଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଆଉ ଟ୍ରାନ୍ସପୋର୍ଟ ଏଜେଣ୍ଟ ।ସୁବର୍ଣ୍ଣପୁରରୁ ଦେଖିବା ଏହି ରିପେ।ର୍ଟ । 

ପିଲାଙ୍କ ସ୍ବାସ୍ଥ୍ୟ ସହ ସାଂଘାତିକ ଖେଳ । ଲୁଟ୍ ହେଉଛି ମଧ୍ୟାହ୍ନ ଭେ।ଜନ । ଖାଲି ଲୁଟ ହେଉନି ବଦଳରେ ଦିଆଯାଉଛି ନିମ୍ନମାନର ଚାଉଳ । ଏକଥା ଆମେ କହୁନୁ । ନ୍ୟୁଜ ସେଭେନ ହାତରେ ଲାଗିଥିବା ଏକ ଭିଜୁଆଲ ଦୁର୍ନୀତିକୁ ସ୍ପଷ୍ଟ କରୁଛି । କେମିତି ବସ୍ତା ଖେ।ଲା ଯାଉଛି । ମନ ଇଛା ଚାଉଳ ବାହାର କରୁଛନ୍ତି । ଆଉ ପେ।କ ସାଲୁବାଲୁ ନିମ୍ନମାନର ଚାଉଳ ଭର୍ତ୍ତି କରି ସିଲ ହେଉଛି ବସ୍ତା ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ବିଇଓ କାର୍ଯ୍ୟାଳୟରେ । ସ୍କୁଲ ଯିବାକୁ ଥିବା ଏମଡିଏମ ଚାଉଳକୁ ସିଧା ସରକାରୀ ଗୋଦାମରୁ ଉଠାଇ ଏଠାକୁ ଅଣାଯାଉଛି । ଆଉ ୩ରୁ ୫ କେଜି ଚାଉଳ ବାହାର କରି ବସ୍ତା ସିଲେଇ କରିଦିଆଯାଉଛି । ଏହି ଦୁର୍ନିତିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ଅଭିଯେ।ଗ ହେ।ଇଛି । 

ସରକାରୀ ଗୋଦାମରୁ ବିଦ୍ୟାଳୟ ଗୁଡିକୁ ଚାଉଳ ପହଂଚାଇବା ଦାୟିତ୍ବ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କର । ଚାଉଳ ସିଧାସଳଖ ସ୍କୁଲରେ ପହଞ୍ଚି ଓଜନ ହେବାର ନିୟମ ରହିଛି । କିନ୍ତୁ ଏଠି ସରକାରୀ ନିୟମକୁ ଖୋଲାଖଲି ଉଲଂଘନ କରାଯାଉଛି । ସେପଟେ ଚାଉଳ ବାଣ୍ଟିବା ରେ ଅସୁବିଧା ଯେ।ଗୁଁ ବିଇଓ କାର୍ଯ୍ୟାଳୟରେ ଚାଉଳ ରଖାଯାଉଥିବା ସଫେଇ ଦେଇଛନ୍ତି  ବିଇଓ । ଅପରପକ୍ଷରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଜିଲ୍ଲାପାଳ । ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ମଧ୍ୟାହ୍ନ ଭେ।ଜନ ସିଧାସଳଖ ଗେ।ଦାମରୁ ଉଠାଯାଇ ସ୍କୁଲକୁ ଆସିବା କଥା । ତେବେ କେଉଁ ଉଦେଶ୍ୟରେ ବିଇଓ କାର୍ଯ୍ୟାଳୟକୁ ଗଲା ଚାଉଳ ? ଯଦି ଚାଉଳ ରଖାଯିବାକୁ ଯାଇଥିଲା,  କ’ଣ ପାଇଁ ଖେ।ଲାଯାଇଥିଲା ବସ୍ତା ?ଏସବୁର ତଦନ୍ତ କରି ଦେ।ଷୀକୁ ତୁରନ୍ତ ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି ।

   Related Posts