ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ନେଇ କୋରାପୁଟ ବୁର୍ଜା ଆଶ୍ରମ ସ୍କୁଲରେ ଦୁଇ ସ୍ବୟଂ ସହାୟକ ଗୋଷ୍ଠୀ ମୁହାଁମୁହିଁ
2/09/2018 at 1:49 AM

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ନେଇ କୋରାପୁଟ ବୁର୍ଜା ଆଶ୍ରମ ସ୍କୁଲରେ ଦୁଇ ସ୍ବୟଂ ସହାୟକ ଗୋଷ୍ଠୀ ମୁହାଁମୁହିଁ । କଥା କଟାକଟି ସହ ପରସ୍ପରକୁ ଗାଳି ଗୁଲଜ । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ନେଇ ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ଅଟଳ । ଶେଷରେ ପିଲାଏ ଖାଇଲେ ପାଉଁରୁଟି । ବର୍ଷେ ହେଲା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ନେଇ ବିବାଦ ଲାଗି ରହିଥିବା ବେଳେ ପ୍ରଶାସନ ଏହାକୁ ସମାଧାନ କରୁନଥିବା ଅଭିଯୋଗ ହେଉଛି ।