Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୭୫ ବର୍ଷ ପରେ ମାଇକ୍ରୋସଫ୍ଟ ୱାର୍ଡରେ ବଡ ପରିବର୍ତ୍ତନ : ବଦଳିଯିବ ଟାଇପିଙ୍ଗ ଶୈଳୀ

30/04/2020 at 3:26 PM

ନୂଆଦିଲ୍ଲୀ ୩୦/୦୪ : ଦୀର୍ଘ ୭୫ ବର୍ଷ ପରେ ମାଇକ୍ରୋସଫ୍ଟ ୱାର୍ଡରେ ଏକ ବଡ ପରିବର୍ତ୍ତନ କରାଯାଇଛି | ଯାହାଫଳରେ ୟୁଜର୍ସଙ୍କ ଟାଇପିଙ୍ଗ ଶୈଳୀ ବଦଳିଯିବ | କମ୍ପାନୀ କହିଛି ବର୍ତ୍ତମାନ ମାଇକ୍ରୋସଫ୍ଟ ୱାର୍ଡରେ ଫୁଲଷ୍ଟପ ପରେ ଦିଆଯାଉଥିବା ଡବଲ ସ୍ପେସକୁ ଏରର ଦର୍ଶାଇବ | କାରଣ ଆଜିକା ସମୟରେ ଡବଲ ସ୍ପେସିଂକୁ ସଠିକ ବୋଲି କୁହାଯାଉନାହିଁ | ସେଥିପାଇଁ ୭୫ ବର୍ଷ ପରେ ୱାର୍ଡ ପ୍ରୋସେସିଙ୍ଗ ଆପ୍ଲିକେସନରେ ପରିବର୍ତ୍ତନ କରାଯାଇଛି |

ଫୁଲଷ୍ଟପ ପରେ ଡବଲ ସ୍ପେସ ଦେବା ଚଳନ ଟାଇପ ରାଇଟରଙ୍କ ସମୟରୁ ଚାଲି ଆସୁଛି | କାରଣ ଟାଇପରାଇଟରରେ ମୋନୋସ୍ପେସ ଫ୍ରଣ୍ଟ ବ୍ୟବହାର କରାଯାଉଥିଲା | କାରଣ ବାକ୍ୟର ଶେଷକୁ ସହଜରେ ହାଇଲାଇଟ କରାଯାଇପାରିବ ବୋଲି ସେହି ସାଇଜ ଅକ୍ଷରମାନଙ୍କ ମଧ୍ୟରେ ଡବଲ ସ୍ପେସ ବ୍ୟବହାର କରାଯାଉଥିଲା | କିନ୍ତୁ ବର୍ତ୍ତମାନ ଦୁଇଟି ବାକ୍ୟ ମଧ୍ୟରେ ଡବଲ ସ୍ପେସ ଦେଲେ ମାଇକ୍ରୋସଫ୍ଟ ୱାର୍ଡ ଏରର ଦେଖାଇବ |

   Related Posts