Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୁକେଶ ଅମ୍ବାନୀଙ୍କ ଭାଗ୍ୟ ଏବେ ଜଳୁଛି : ରିଲାଏନ୍ସ ଜିଓରେ ୨ ବିଲିୟନ ଡଲାର ପୁଞ୍ଜି ନିବେଶ କରିବାକୁ ଚାହୁଁଛି ମାଇକ୍ରୋସଫ୍ଟ୍

28/05/2020 at 9:21 PM

ନୂଆଦିଲ୍ଲୀ, ୨୮|୦୫:   ମାଇକ୍ରୋସଫ୍ଟ୍ ଏବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପ୍ଲାଟଫର୍ମ୍ ସହ ପାର୍ଟନରସିପ୍ କରିବା ନେଇ ରିପୋର୍ଟ ମିଳିଛି । ଟେକ୍ ଜିଆଣ୍ଟ୍ ମାଇକ୍ରୋସଫ୍ଟ୍ ରିଲିଆନ୍ସ ଡିଜିଟାଲ୍ ସର୍ଭିସରେ ପ୍ରାୟ ୨ ବିଲିୟନ ଡଲାର ବିନିଯୋଗ କରିବା ନେଇ ସୂଚନା ମିଳିଛି ।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ପ୍ଲାଟଫର୍ମ ଜିଓ, ଜିଓ ଫାଇଭର, ମାଇ ଜିଓ, ଜିଓ ଟିଭି, ଜିଓ ସିନେମା, ଜିଓ ମାର୍ଟ୍, ଜିଓ ନ୍ୟୁଜ୍, ସିଓ ସାଭନ ଭଳି ଅନେକ ସର୍ଭିସ୍ ୟୁଜରଙ୍କୁ ପ୍ରଦାନ କରୁଛି । ମିଣ୍ଟ୍ ରିପୋର୍ଟ ଅନୁସାରେ, ମାଇକ୍ରୋସଫ୍ଟ୍ ଜିଓର ୨.୫ ପ୍ରତିଶତ ଅଂଶଧନ ଉପରେ ଆଲୋଚନା କରୁଛି । ଏଥିରେ କମ୍ପାନୀ ୨ ବିଲିୟନ ଡଲାର ବିନିଯୋଗ କରିବ । ଏହାପୂର୍ବରୁ ଫେସବୁକ, କେକେଆର ଭଳି କମ୍ପାନୀ ରିଲିଆନ୍ସ ସହ ଭାଗିଦାରୀ କରିସାରିଛନ୍ତି । ତେବେ ମାଇକ୍ରୋସଫ୍ଟ୍ ସହ ଏହି ବୁଝାମଣା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ପହଁଚିଛି । ଏବେସୁଦ୍ଧା ଏହା ଚୁଡାନ୍ତ ରୂପ ନେଇନାହିଁ । ଯଦି ଆଲୋଚନା ସଫଳ ହୁଏ ତେବେ ମାଇକ୍ରୋସଫ୍ଟ୍ ତୃତୀୟ ବୃହତ କମ୍ପାନୀ ଭାବେ ଜିଓରେ ବିନିଯୋଗ କରିବ ।

ପୂର୍ବରୁ ଅଗଷ୍ଟ ୨୦୧୯ରେ ମାଇକ୍ରୋସଫ୍ଟ୍ ଓ ଜିଓ ମଧ୍ୟରେ ଫ୍ରି କ୍ଲାଉଡ୍ ପାଇଁ ପାର୍ଟନରସିପ୍ ହୋଇଥିଲା । ନିକଟରେ ଫେସବୁକ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାର ବିନିଯୋଗ କରିଥିବା ବେଳେ କେକେଆର ଓ ଭିସ୍ଟା ଇକ୍ୟୁଟି ପାର୍ଟନର୍ ମଧ୍ୟ ୧.୫ ବିଲିୟନ୍ ଡଲାର ବିନିଯୋଗ କରିଥିଲେ । ସେହିପରି ସିଲଭର୍ ଲେକ୍ ଓ ଜେନେରାଲ୍ ଆଟଲାଣ୍ଟିକ୍ ଯଥାକ୍ରମେ ୭୪୬ ମିଲିୟନ ଡଲାର ଓ ୮୬୯ ମିଲିୟନ ଡଲାର ବିନିଯୋଗ କରିଥିଲେ ।

   Related Posts