ସମସ୍ତ ରିଟେଲ୍ ଷ୍ଟୋର୍‌କୁ ବନ୍ଦ କରିବ ମାଇକ୍ରୋସଫ୍ଟ, କମ୍ପାନୀ କଲା ବଡ ଘୋଷଣା

Published By : Prameya-News7 Bureau | June 26, 2020 IST

ନ୍ୟୁୟର୍କ, ୨୬|୦୬ :   ମାଇକ୍ରୋସଫ୍ଟ ନିଜର ସମସ୍ତ ରିଟେଲ୍ ସପ୍‌କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ଆମେରିକା ସହ ବିଶ୍ୱର ସବୁ ଦେଶରେ ଥିବା ରିଟେଲ୍ ସପ୍‌କୁ ବନ୍ଦ କରିଦେବ ମାଇକ୍ରୋସଫ୍ଟ । ତେବେ କେବଳ ଚାରୋଟି ସ୍ଥାନରେ ଏହାର ରିଟେଲ୍ ସପ୍ ଖୋଲା ରହିବ । ଏହି ସ୍ଥାନ ଗୁଡିକ ହେଲା ନ୍ୟୁୟର୍କ, ଲଣ୍ଡନ, ସିଡନୀ ଓ ରେଡମଣ୍ଡ୍ କ୍ୟାମ୍ପସ୍ ।

କମ୍ପାନୀ କହିଛି ଯେ, ଏହାର ରିଟେଲରେ କାମ କରୁଥିବା ସଦସ୍ୟ ଓ୍ୱେବସାଇଟ୍‌ରେ କାମ କରିବେ । କାରଣ ସେଲ୍‌କୁ ଏବେ ଅନଲାଇନ୍ କରାଯିବ । ସମସ୍ତ କିଣାବିକା ଅନଲାଇନ୍‌ରେ ହେବ । କାରଣ କମ୍ପାନୀର ମେମ୍ବରମାନେ କୌଣସି ସ୍ଥାନକୁ ନଯାଇ ଗତ କିଛିଦିନ ହେଲା ଅନଲାଇନ୍‌ରେ ସଫଳ ହୋଇଛନ୍ତି ।

ମାଇକ୍ରୋସଫ୍ଟ କର୍ପୋରେଟ୍ ଉପ ସଭାପତି ଡେଭିଡ୍ ପୋର୍ଟର କହିଛନ୍ତି ଯେ, କମ୍ପାନୀ ନିଜର ସେଲ୍ ଅନଲାଇନରେ ବଢାଇବାକୁ ଚାହୁଁଛି । କୌଣସି ସ୍ଥାନରେ ନ ପହଁଚି ମଧ୍ୟ ଟିମ୍ ଗ୍ରାହକଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି । ତେବେ ଷ୍ଟୋରରେ କାମ କରୁଥିବା ସମସ୍ତ ସଦସ୍ୟଙ୍କୁ ଓ୍ୱେବସାଇଟ୍‌ରେ କାମ ମିଳିବାର ସୁଯୋଗ ମିଳିବ ।  ସୂଚନାଯୋଗ୍ୟ, ମାଇକ୍ରୋସଫ୍ଟର ସେୟାର ଶୁକ୍ରବାର ସକାଳେ ୧.୫ ପ୍ରତିଶତ ହ୍ରାସ ପାଇଛି ।

ଗତ ୧୦ ବର୍ଷ ଧରି ମାଇକ୍ରୋସଫ୍ଟ ଅଫଲାଇନ୍ ରିଟେଲ୍ ସପ୍‌ରେ ଗ୍ରାହକଙ୍କୁ ସେବା ଯୋଗାଉଥିଲା । କମ୍ପାନୀର ପାର୍ଟନର୍ ସଂସ୍ଥା ମଧ୍ୟ ଆପଲ୍ ଭଳି ବିଭିନ୍ନ ହାର୍ଡଓୟାର ଓ ସଫ୍ଟଓୟାରକୁ ରିଟେଲ୍‌ରେ ବିକ୍ରି କରୁଥିଲା । ଏପରିକି ନ୍ୟୁୟର୍କର ଆଭିନ୍ୟୁରେ ଆପଲ୍ ଷ୍ଟୋର ନିକଟରେ ନିଜର ଷ୍ଟୋର୍ ଖୋଲିଥିଲା । ଏବେ କମ୍ପାନୀ ନିଜର ୮୩ଟି ରିଟେଲ୍ ଷ୍ଟୋରକୁ ବନ୍ଦ କରିଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.