ଉତ୍ତରପ୍ରଦେଶରେ ମାଇକ୍ରୋସଫ୍ଟର ନୂଆ କ୍ୟାମ୍ପସ, ମିଳିବ ୪ହଜାର ନିଯୁକ୍ତି

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ ୦୧।୦୭: ଦେଶବାସୀ ଓ ଉତ୍ତରପ୍ରଦେଶର ଲୋକମାନଙ୍କ ପାଇଁ ଖୁସିରଖବର । ଆଇଟି ସେକ୍ଟରରେ ଦୁନିଆ ସବୁଠାରୁ ବଡ ଓ ପୁରାତନ କମ୍ପାନୀ ମାଇକ୍ରୋସଫ୍ଟ ଏବେ ଉତ୍ତରପ୍ରଦେଶରେ ନିଜର ଏକ କ୍ୟାମ୍ପସ ଖୋଲିବାକୁ ଘୋଷଣା କରୁଛି । ଉତ୍ତରପ୍ରଦେଶର ନୋଏଡାରେ ଏହି କ୍ୟାମ୍ପସ ଖୋଲିବାକୁ ଘୋଷଣା କରାଯାଇଛି । କ୍ୟାମ୍ପସର କ୍ଷମତା ୪୦୦୦ଲୋକଙ୍କ ପାଇଁ ରହିବ ବୋଲି ସୂଚନା ମିଳିଛି । ଯାହାଦ୍ୱାରା କି ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଉତ୍ତରପ୍ରଦେଶର ଲୋକମାନଙ୍କ ପାଇଁଏକ ନୂତନ ରୋଜଗାର ସୃଷ୍ଟି କରିବ ଏହି କ୍ୟାମ୍ପସ । ରାଜ୍ୟର ଅଧିକାଂଶ ଯୁବକ ଓ ଯୁବତୀ ଏହି ବିଶ୍ୱସ୍ତରୀୟ କମ୍ପାନୀରେ କାମ କରିବା ପାଇଁ ନିଯୁକ୍ତି ପାଇବେ । ଯାହାଫଳରେ କି ଦେଶର ପ୍ରଗତିରେ ଯୁବବର୍ଗଙ୍କ ପୂର୍ଣ୍ଣ ସହଯୋଗ ରହିବ । ଉତ୍ତରପ୍ରଦେଶର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ଏହା ଘୋଷଣା କରିଛନ୍ତି ।   

{"id":294197,"sizeSlug":"large"}

ମନ୍ତ୍ରୀଙ୍କ ଅନୁଯାୟୀ, ମାଇକ୍ରୋସୋଫ୍ଟ ଭାରତର ଉତ୍ତରପ୍ରଦେଶର ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳ ବିଶିଷ୍ଟ ଏକ ହବ୍‌ ପ୍ରତିଷ୍ଠା କରିବା ପାଇଁ ସହମତି ଦେଖାଇଛି । ମାଇକ୍ରୋସୋଫ୍ଟ ଭାରତର ହାଇଦ୍ରାବାଦରେ ୫ହଜାର  ଓ ବେଙ୍ଗାଲୁରୁ ୨ହଜାର ଲୋକଙ୍କ କ୍ଷମତା ବିଶିଷ୍ଟ ଏକ କ୍ୟାମ୍ପସ ପ୍ରସ୍ତୁତ କରିଛି । ଏବେ ଗ୍ରେଟର ନୋଏଡାରେ କମ୍ପାନୀ ୪ହଜାର ଲୋକଙ୍କ କ୍ଷମତି ବିଶିଷ୍ଟ ଏକ କ୍ୟାମ୍ପସ ପ୍ରସ୍ତୁତ କରିବାକୁ ଯୋଜନା କରୁଛି । କମ୍ପାନୀକୁ ଉତ୍ତରପ୍ରଦେଶ ସରକାର ପକ୍ଷରୁ ସମସ୍ତ ସହଯୋଗ ମିଳିବ । ସଂପ୍ରତି କମ୍ପାନୀକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

କମ୍ପାନୀ ଏଠାରେ କାରବାର କରିବା ପାଇଁ ସୁବିଧା ହେବ । ରାଜ୍ୟ ଏକ୍ସପ୍ରେସୱେ୍ର ଉଭୟ ପାର୍ଶ୍ୱରେ ୧ କିମି ଦୂରତା ମଧ୍ୟରେ ଜମି ଅଧିଗ୍ରହଣ କରିବାକୁ ଚାହୁଁଥିବା ନିବେଶକମାନଙ୍କ ପାଇଁ ଏହା ସରଳ କରିବେ ବୋଲି ସରକାର ପୂର୍ବରୁ କହିଛନ୍ତି। ନିଶ୍ଚିତ ଭାବରେ ଏହି ଖବର ୟୁପି ଲୋକଙ୍କ ପାଇଁ ବହୁତ ଭଲ ଖବର । ମାଇକ୍ରୋସୋଫ୍ଟ ପରି ଏକ କମ୍ପାନୀ ୟୁପିରେ ନିଜର କ୍ୟାମ୍ପସ ରହିବା ଏକ ବଡ କଥା। ଏହା ନିଶ୍ଚିତ ଭାବରେ ୟୁପି ଲୋକଙ୍କ ପାଇଁ ଆଗାମୀ ଦିନରେ ଏହା ରୋଜଗାରର ସମ୍ଭାବନା ସୃଷ୍ଟି କରିବ ।

ଉତ୍ତରପ୍ରଦେଶରେ ମାଇକ୍ରୋସୋପ୍ଟର ୪ହଜାର ବିଶିଷ୍ଟ କ୍ୟାମ୍ପସ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ରେଡ୍‌ କାର୍ପେଟରେ ସ୍ୱାଗତ କରିଛନ୍ତି । ଯାହାଦ୍ୱାରା କି କମ୍ପାନୀର ନିର୍ମିତ ଏହି କ୍ୟାମ୍ପସ ଜରିଆରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ ପାଇଁ ଏହା ଏକ ସୂବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି । ମାଇକ୍ରୋସୋପ୍ଟ ସହିତ ଚୁକ୍ତିକୁ ନେଇ ରାଜ୍ୟ ସରକାର ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.