କୌଣସି ପଞ୍ଚତାରକା ହୋଟେଲରୁ କମ୍ ନୁହେଁ ମାଇକ୍ରୋସଫ୍ଟର ନୂଆ ଅଫିସ: ତାଜମହଲ ଡିଜାଇନରେ ହୋଇଛି ତିଆରି

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦/୦୧ : ମାଇକ୍ରୋସଫ୍ଟ ଦିଲ୍ଲୀ ଏନସିଆର-ନୋଇଡାରେ ନିଜର ନୂଆ ଇଣ୍ଡିଆ ଡେଭେଲପମେଣ୍ଟ ସେଣ୍ଟର (IDC) ଫାସିଲିଟି ଆରମ୍ଭ କରିଛି। ମାଇକ୍ରୋସଫ୍ଟର ଏହି ନୂଆ ଅଫିସ ତାଜମହଲ ଡିଜାଇନରେ ତିଆରି ହୋଇଛି।

{"id":400937,"sizeSlug":"large","linkDestination":"none"}

କମ୍ପାନୀ କହିଛି ଯେ ଏହି ନୂଆ ସେଣ୍ଟର୍ ତାଙ୍କ ଇଞ୍ଜିନିୟର୍ସଙ୍କ ପାଇଁ ବିଶ୍ଵସ୍ଥରୀୟ ଓ ଭାରତରେ ୟୁଜର୍ସଙ୍କ ପାଇଁ ଅତ୍ୟାଧୁନିକ ଟେକନିକ ଡିଜାଇନ୍ କରିବାକୁ ପ୍ରିମିୟର୍ ହବ୍ ଭାବେ କାମ କରିବ। ବେଙ୍ଗାଲୁରୁ ଓ ହାଇଦ୍ରାବାଦ ପରେ ନୋଇଡା ସ୍ଥିତ ମାଇକ୍ରୋସଫ୍ଟ IDC ଭାରତରେ ତୃତୀୟ ସେଣ୍ଟର୍।

{"id":400931,"sizeSlug":"large","linkDestination":"none"}

ନୋଇଡା ସ୍ଥିତ ମାଇକ୍ରୋସଫ୍ଟ ଡେଭେଲପମେଣ୍ଟ ସେଣ୍ଟରରେ କବାଟ, ଗମ୍ବୁଜ, ମାର୍ବଲ ଚଟ୍ଟାଣ ରହିଛି। ଏହା ଜରିଆରେ କମ୍ପାନୀ ଦେଶର ସମୃଦ୍ଧ ଶିଳ୍ପ କୌଶଳକୁ ସମ୍ମାନ ଜଣାଇଛି। ଏହାସହ ଅଫିସରେ ମୁଗଲ୍ ସମୟର ଜାଲି କାମ ସହ ଭାଲେଡ୍ ଛାତ ମଧ୍ୟ ହୋଇଛି।

{"id":400935,"sizeSlug":"large","linkDestination":"none"}

ଏହି ଡେଭେଲପମେଣ୍ଟ ସେଣ୍ଟର ଉତ୍ତର ପ୍ରଦେଶ ନୋଇଡାରେ ଏକ ୬ ମହଲା ବିଶିଷ୍ଟ କୋଠାର ଉପର ୩ଟି ମହଲାରେ ରହିଛି। ଅଫିସରେ ଗମ୍ବୁଜ ସହ ଫାଇନ୍ ମାର୍ବଲରେ ଚଟ୍ଟାଣ ତିଆରି ହୋଇଛି। ଏହାସହ କଲର ପେଲେଟ ଓ ଡିଜାଇନ ଜରିଆରେ ତାଜମହଲର ଶିଳ୍ପ କୌଶଳକୁ ଦୋହରାଇବାକୁ ପ୍ରୟାସ କରାଯାଇଛି। 

{"id":400933,"sizeSlug":"large","linkDestination":"none"}

ମାଇକ୍ରୋସଫ୍ଟ କହିଛି ଯେ ତାଜମହଲ କରିଡରରେ ତିଆରି ହୋଇଥିବା କଳାକୃତି ଶେଭଶନ ପାଟର୍ନକୁ ଆର୍କିଟେକ୍ଟ ଆପଣେଇଛନ୍ତି। ଅଫିସ ପାଇଁ ବ୍ୟବହାର ହୋଇଥିବା ମାର୍ବଲ ଓ କପଡା ଭାରତରୁ ହିଁ କିଣାଯାଇଛି ବୋଲି କମ୍ପାନୀ କହିଛି। ମାଇକ୍ରୋସଫ୍ଟର ଏହି ଅଫିସରେ ବିଲ ଗେଟ୍ସଙ୍କ ଜାଲି ଫଟୋ ମଧ୍ୟ ତିଆରି ହୋଇଛି।

{"id":400934,"sizeSlug":"large","linkDestination":"none"}

ଏହି ଫଟୋ ମାତ୍ର କିଛି କୋଣରୁ ହିଁ ଦେଖିହେବ। ଏହି ଫଟୋରେ ଫ୍ଲୋରାଲ ଆଇକନୋଗ୍ରାଫିରେ ୱାଇଫାଇ ଓ ସେଟିଙ୍ଗର ସିମ୍ବଲ ତିଆରି ହୋଇଛି। ଅଫିସରେ ୱାର୍କସ୍ପେସ ତାଜମହଲର ଚାରିଟି ବଗିଚା ଦ୍ୱାରା ପ୍ରେରିତ। ଚଟ୍ଟାନରେ ମଧ୍ୟ ଚାର ବଗିଚା ଭଳି ଡିଜାଇନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.