Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

OYOରେ ପୁଞ୍ଜି ନିବେଶ କରିବେ ମାଇକ୍ରୋସଫ୍ଟ, ଚାଲିଛି ଆଲୋଚନା

30/07/2021 at 7:29 PM

ନୂଆଦିଲ୍ଲୀ ୩୦।୭:  ଆତିଥେୟତା କ୍ଷେତ୍ରର ଭାରତୀୟ କମ୍ପାନୀ ‘ଓୟୋ’ରେ ନିବେଶ ଲାଗି ମାଇକ୍ରୋସଫ୍ଟର ଆଲୋଚନା ଏବେ ଅଗ୍ରୀମ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ବ୍ୟବସାୟିକ ଆଲୋଚନା ସଫଳ ହୁଏ ତେବେ ଓୟୋ ୯ ବିଲିୟନ ଡଲାର ( ୬୭ହଜାର କୋଟି ଟଙ୍କା)କମ୍ପାନୀରେ ପରିଣତ ହେବ ବୋଲି କାରବାର ସହ ସମ୍ପୃକ୍ତ  ସୁତ୍ରରୁ ସୂଚନା ମିଳିଛି। ତେବେ ଏହି କାରବାରର ଆକାର କେତେବଡ଼ ତାହା ଜଣା ନାହିଁ। ହେଲେ ଏହା ଏତେ ବଡ ଭାଗିଦାରୀ ହେବନି ବୋଲି ଆକଳନ କରାଯାଉଛି।

ଆଗାମୀ ଦିନରେ ଓୟୋ ଆଇପିଓ ଆଣିବା ଲାଗି ଯୋଜନା ରଖିଛନ୍ତି। ତେବେ ଏହି କାରବାର ଏହା ପୂର୍ବରୁ ଶେଷ ହେବ ବୋଲି ଆଶା କରାଯାଏ। ଆଇପିଓ ଲାଗି ଓୟୋ କୌଣସି ନିର୍ଦ୍ଧିଷ୍ଟ ସମୟ ସୂଚୀ ରଖି ନାହାନ୍ତି। ତେବେ ପ୍ରସଙ୍ଗରେ ଓୟୋ ଏବଂ ମାଇକ୍ରୋସଫ୍ଟ ଏବେ ମଧ୍ୟ ନୀରବତ ଅବଲମ୍ବନ କରୁଛନ୍ତି। ଏ ନେଇ ମନ୍ତବ୍ୟ ନିମନ୍ତେ ଦିଆଯାଇଥିବା ପ୍ରଶ୍ନ ଉପରେ ଉଭୟ କମ୍ପାନୀ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।  

ଚଳିତମାସ ପ୍ରାରମ୍ଭରେ ଓୟୋ ସଂସ୍ଥାଗତ ନିବେଶକଙ୍କ ଠାରୁ ଅନୁନ୍ୟ ୬୬ କୋଟି ଡଲାର ( ୪ହଜାର ୯୨୦ କୋଟି ଟଙ୍କା) ଅବଧି ଋଣ ବା ଟିଏଲବି ସଂଗ୍ରହ କରିଥିଲା। ଏହି ଧନକୁ ସଂସ୍ଥା ପୁରୁଣା ଋଣ ଓ ଅନ୍ୟ ବ୍ୟବସାୟିକ ନିବେଶ ହ୍ରାସ ଲାଗି ଉପଯୋଗ କରିଛି। ତେବେ ଓୟୋଙ୍କ ଏହି ଅଫରକୁ ୧.୭ଗୁଣା ସବସ୍କ୍ରାଇବର ମିଳିଥିବା ବେଳେ କମ୍ପାନୀକୁ ପ୍ରମୁଖ ସଂସ୍ଥାଗତ ନିବେଶକଙ୍କଠାରୁ ପାଖାପାଖି ୧ ବିଲିୟନ ଡଲାରର ପ୍ରତିଶ୍ରୁତି ମିଳିଥିବା ଓୟୋ ପକ୍ଷରୁ ଏକ ବୟାନରେ କୁହାଯାଇଛି।

   Related Posts