Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଟ୍ୱିଟର, ଗୁଗଲ ଓ ଫେସବୁକର ପରମାନେଣ୍ଟ ୱାର୍କ ଫ୍ରମ ହୋମ ନୀତିକୁ ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା କହିଲେ ଏହିଭଳି କଥା…

18/05/2020 at 4:17 PM

ନୂଆଦିଲ୍ଲୀ ୧୮/୦୫ : କରୋନା ଯୋଗୁଁ ଅନେକ ଦେଶରେ ଲକଡାଉନ ରହିଛି | ଲକଡାଉନ ଯୋଗୁଁ ଅନେକ ସରକାରୀ ତଥା ଘରୋଇ କମ୍ପାନୀ ୱାର୍କ ଫ୍ରମ ହୋମ ବ୍ୟବସ୍ଥା ଲାଗୁ କରିଛନ୍ତି | ନିକଟରେ ଟ୍ୱିଟର ସିଇଓ ଜେକ ଡୋର୍ଶୀ ନିଜ କର୍ମଚାରୀଙ୍କୁ ଅନଲିମିଟେଡ଼ ଟାଇମ ପିରିୟଡ଼ ପାଇଁ ଘରୁ କାମ କରିବା ବିକଳ୍ପ ଦେଇଥିଲେ | ଟ୍ୱିଟର କର୍ମଚାରୀ କୋଭିଡ-୧୯ ଶେଷ ହେବାପରେ ମଧ୍ୟ ଘରୁ କାମ କରି ପାରିବେ ବୋଲି ସେ କହିଥିଲେ | ଜେକ ଡୋର୍ଶୀଙ୍କ ଏହି ନିଷ୍ପତ୍ତି ପରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନଡେଲା ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ପରମାନେଣ୍ଟ ୱାର୍କ ଫ୍ରମ ହୋମ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇବ | ଏହିଭଳି ବ୍ୟବସ୍ଥା କର୍ମଚାରୀଙ୍କ ପାଇଁ ଠିକ ନୁହେଁ | ଭିଡିଓ କଲ ଇନ ପର୍ସନ ବୈଠକର କାମ କରିପାରିବ ନାହିଁ |

ସତ୍ୟ ନଡେଲା କହିଛନ୍ତି ଯେ ପରିସ୍ଥିତି ଯେଉଁଭଳି ରହିଛି ଆମେ ଗୋଟିଏ ସମସ୍ୟାରୁ ବାହାରିବା ପାଇଁ ଆଉ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଚୁ | ସେ ପ୍ରଶ୍ନ କରିଛନ୍ତି, ଅଧିକ କାମ ବା ପରିଶ୍ରମ ବୋଝ କିଭଳି ହୋଇଥାଏ ? ମାନସିକ ସ୍ୱାସ୍ଥ୍ୟ କିଭଳି ହୋଇଯାଏ ? ଏହିଭଳି ପରିସ୍ଥିତିରେ ସମ୍ପର୍କର ସୂତ୍ର କଣ ? ବର୍ତ୍ତମାନ ପରିସ୍ଥିତିରେ କର୍ମକ୍ଷେତ୍ରରୁ ଦୁରେଇ ରହି କାମ କରିବା ଦ୍ୱାରା ଆମେ ସେ ସମସ୍ତ ସାମାଜିକ ଏବଂ ପାରସ୍ପରିକ ସମ୍ପର୍କକୁ ହରାଇ ବସିଛୁ ଯାହା ଆମେ ସାଧାରଣ ପରିସ୍ଥିତିରେ ଜମା କରିଥିଲୁ | ବର୍ତ୍ତମାନ ଆମ ପାଖରେ କଣ ଉପାୟ ରହିଛି ବୋଲି ସେ କହିଛନ୍ତି |

ଟ୍ୱିଟର ପୂର୍ବରୁ ଗୁଗଲ ଓ ଫେସବୁକ ନିଜ କର୍ମଚାରୀଙ୍କ ପାଇଁ ଅନଲିମିଟେଡ଼ ୱାର୍କ ଫ୍ରମ ହୋମ ଘୋଷଣା କରିଥିଲେ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ଫେସବୁକ ଜୁଲାଇ ୬ ତାରିଖରେ ନିଜର ଅଫିସ ଖୋଲିପାରେ | ଗୁଗଲ କର୍ମଚାରୀ ଜୁଲାଇ ପ୍ରଥମ ସପ୍ତାହରୁ ଅଫିସ ଯାଇପାରିବେ | କିନ୍ତୁ ଅଧିକାଂଶ କର୍ମଚାରୀ ଘରୁ କାମ କରିବେ | ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ ଅନୁମତି ଦେଇଛି | 

ମାଇକ୍ରୋସଫ୍ଟର ଚଳିତ ଆର୍ଥିକ ବର୍ଷର ତ୍ରୈମାସିକ ରୋଜଗାର ୩୫ ବିଲିୟନ ଡଲାର (ପାଖାପାଖି ୨.୬ ଲକ୍ଷ କୋଟି ଟଙ୍କା) ଥିଲା | ବାର୍ଷିକ ଆଧାରରେ ଗତବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି | କମ୍ପାନୀ ଅନୁଯାୟୀ, ତ୍ରୈମାସିକ ରୋଜଗାରରେ ୧୦.୮ ବିଲିୟନ ଡଲାର (ପାଖପାଖି ୮୧ ହଜାର କୋଟି ଟଙ୍କା) ଲାଭ ହୋଇଥିଲା | ଏହା ଗତବର୍ଷର ସମାନ ଅବଧି ତୁଳନାରେ ୨୨ ପ୍ରତିଶତ ଅଧିକ | କମ୍ପାନୀ କହିଛି ଯେ, ଗ୍ରାହକଙ୍କୁ ୱାର୍କ ଆଣ୍ଡ ଲର୍ନ ଫ୍ରମ ହୋମ ଦେବା କାରଣରୁ କ୍ଲାଉଡ଼ ପ୍ଲାଟଫର୍ମ ୟୁଜରଙ୍କ ଗ୍ରୋଥ ଏବଂ ରୋଜଗାର ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଯାହାଫଳରେ କମ୍ପାନୀରେ ଲାଭ ହୋଇଛି | 

   Related Posts