ପୁଣି ଅଟିକିଲା TikTokର ଭାରତ ଲେଉଟାଣୀ,ଜାଣନ୍ତୁ କାହିଁକି?

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ ୩।୮: ଭାରତ ସରକାରଙ୍କ ଆପ୍ ବ୍ୟାନ ନିଷ୍ପତ୍ତିରେ ବନ୍ଦ ହୋଇଯାଇଥିବା ଟିକ୍‌ଟକ୍‌ର ଭାରତ ଲେଉଟାଣୀ ହୁଏତ ଆଉ ସମ୍ଭବ ନୁହେଁ। ଏହି ଲୋକପ୍ରିୟ ଆପ୍‌କୁ ଆମେରିକାର ମାଇକ୍ରୋସଫ୍ଟ କମ୍ପାନୀ କ୍ରୟ କରିବେ ବୋଲି ଆଶା କରାଯାଉଥିଲା। ଯାହା ଦ୍ୱାରା ଆମେରିକୀୟ କମ୍ପାନୀ ଆପ୍‌ ହିସାବରେ ଭାରତରେ ପୁଣି ଚାଲିପାରିଥାନ୍ତା। ହେଲେ ଏବେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ପରେ ଏହି ଆଶା ମଉଳି ଯାଇଛି।

{"id":309245,"sizeSlug":"large"}

ଟିକ୍‌ଟକ୍‌କୁ କ୍ରୟ କରିବା ଲାଗି ଏହାର ପ୍ୟାରେଣ୍ଟ କମ୍ପାନୀ ‘ବାଇଟ୍‌ ଡ୍ୟାନସ’ ସହ ମାଇକ୍ରୋସଫ୍ଟ ଆଲୋଚନା  କରୁଥିଲା। ତେବେ ଏ ଦିଗରେ କୌଣସି ଅଗ୍ରଗତି ପୂର୍ବରୁ ଆମେରିକାରେ ଆପ୍‌କୁ ବ୍ୟାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଚାନକ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ଘୋଷଣା ପରେ ଟିକ୍‌ଟକ୍‌ ଉପରେ ଭବିଷ୍ୟତରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ବାଇଟ୍ ଡ୍ୟାନ୍ସ ଓ ମାଇକ୍ରୋସଫ୍ଟ ଅପେକ୍ଷା କରିବେ ବୋଲି କହିଛନ୍ତି।  

{"id":309246,"sizeSlug":"large"}

ସେପଟେ ରାଷ୍ଟ୍ରପତିଙ୍କ ଘୋଷଣା ପରେପରେ ଟିକ୍ ଟକ୍ ଆମେରିକାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୧୦ହଜାର କର୍ମନିଯୁକ୍ତି ସୃଷ୍ଟି କରିବ ବୋଲି ଘୋଷଣା କରିଛି। ସୂଚନା ଯୋଗ୍ୟଯେ ଟିକ୍‌ଟକ୍‌ ଲାଗି ମାଇକ୍ରୋସଫ୍ଟ ଓ ବାଇଟ୍ ଡ୍ୟାନ୍ସ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ଥିଲା। ଏଥିରୁ ସୋମବାର ସୁଦ୍ଧା ଟିକ୍‌ଟକ୍‌ ନେଇ ନିଷ୍ପତ୍ତି ହୋଇଯିବ ବୋଲି ଆଶା କରାଯାଉଥିଲା। ସେପଟେ ସରକାରୀ କଳ ଜରିଆରେ  ଚୀନ୍‌ କମ୍ପାନୀମାନଙ୍କ ଉପରେ ଆମେରିକା ଚାପ ପକାଇବା ବନ୍ଦ କରୁ ବୋଲି ଚୀନ୍‌ ଅର୍ଥମନ୍ତ୍ରୀ ଷ୍ଟିଭ୍ ମ୍ନୁଚିନ୍‌ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.