Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସମ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍ ଯନ୍ତ୍ର ଉଦ୍‌ଘାଟିତ

20/10/2020 at 5:51 PM

ଭୁବନେଶ୍ୱର, ଅକ୍ଟୋବର ୨୦: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍‌ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍‌) ହସ୍ପିଟାଲ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ଯନ୍ତ୍ର ଉଦ୍‌ଘାଟିତ ହୋଇଯାଇଛି ।

ବର୍ତ୍ତମାନ ସମୟରେ କିଡ୍‌ନୀ ରୋଗର ଭୟାବହତା ଖୁବ୍ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ରୋଗୀ କିପରି ତତ୍‌କ୍ଷଣାତ ନିଦାନ ଓ କିଡ୍‌ନୀ ଜନିତ ସମସ୍ୟାର ଚିକିତ୍ସା କରିପାରିବେ ସେ ଦିଗରେ ଏହି ଯନ୍ତ୍ରଟିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିବ ।

ଏହି ଯନ୍ତ୍ରର ବିଶେଷତ୍ୱ ହେଉଛି ବାୟୋପ୍ସି ମାଧ୍ୟମରେ କିଡନୀରୁ ସଂଗୃହିତ ମାଂସ ଏହି ଇମ୍ୟୁନୋଫ୍ଲୋରେନସ୍‌ ମାଇକ୍ରୋସ୍କୋପ ମାଧ୍ୟମରେ ରୋଗର ସ୍ଥିତିକୁ ସଠିକ୍ ଭାବରେ ପ୍ରଦାନ କରିଥିାଏ । ଯଦ୍ୱାରା ଡାକ୍ତର ଖୁବ୍‌ଶୀଘ୍ର ଚିକିତ୍ସା ପ୍ରଦାନ କରିପାରିଥାନ୍ତି । ରୋଗୀ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ ।

ସୂଚନାଯୋଗ୍ୟ ଯେ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ ଭାରତର ଆଗଧାଡିର ଏକ ସଫଳ ହସ୍ପିଟାଲ୍‌ ଭାବେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ସମ୍‌ରେ ସ୍ୱଳ୍ପ ମୂଲ୍ୟରେ ଓ ଅଳ୍ପ ସମୟ ମଧ୍ୟରେ ସଫଳ ଚିକିତ୍ସା ପ୍ରଦାନ କରାଯାଇଥାଏ । ତେଣୁ ଏହି ଯନ୍ତ୍ରଟିର ଉଦ୍‌ଘାଟନ ସମସ୍ତ କିଡନୀ ରୋଗୀମାନଙ୍କ ପାଇଁ ନିଶ୍ଚିତଭାବେ ଏକ ଶୁଭ ଖବର ।

ଏହି ଉଦ୍‌ଘାଟନ ଉତ୍ସବରେ ସୋଆର କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲ୍‌ର ଅଧିକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡଃ ତାପସ ରଞ୍ଜନ ବେହେରା, ଡଃ ବିଶ୍ୱରଞ୍ଜନ ସାହୁ, ପାଥୋଲୋଜି ବିଭାଗର ମୁଖ୍ୟ ଡଃ ଦେବହୁତୀ ମହାପାତ୍ର, ହେମାଟୋଲୋଜି ବିଭାଗର ଡଃ ରାଜେଶ ଭୋଳ, କିଡନିୀ ନିଦାନ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡଃ ନିବେଦିତା ସାହୁ ଓ ଡଃ ପ୍ରିୟଦର୍ଶିନୀ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts