ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି: ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ କହିଲେ, 'ଆମକୁ ଋଣ ଛାଡ଼ କରାଯାଉ'

Published By : Prameya-News7 Bureau | June 18, 2020 IST

ଦେବଗଡ଼୧୮/୬: ଦେବଗଡ ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା। ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ ଋଣ ପରିଶୋଧ କରିବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଗୁରୁବାର ଦେବଗଡ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କରୋନା ସମୟରେ ସରକାର ସମସ୍ତଙ୍କୁ ସହଯୋଗ କରୁଛନ୍ତି ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଗୋଷ୍ଠୀ ସମସ୍ତ ସଦସ୍ୟ ନିବେଦନ କରିଛନ୍ତି।

ଅନ୍ନପୂର୍ଣ୍ନା, ଉତ୍କର୍ଷ ଫାଇନାନ୍ସ, ସମସ୍ତ ମାଇକ୍ରୋ ଫାଇନାନ୍ସ, ସାଟିନ କ୍ରେଡିଟ୍ କେୟାର ଭଳି ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ମହିଳାମାନଙ୍କ ଘରକୁ ଯାଇ ଋଣ ଅର୍ଥ ପରିଶୋଧ ପାଇଁ ତାଗିଦ୍ କରିବା ସହ ଗାଳି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି । କରୋନା ପାଇଁ ନିଜର ଧନ୍ଦା ବନ୍ଦ ରହିଥିବା ବେଳେ କମ୍ପାନୀ କର୍ମଚାରୀ ମାନେ ଋଣ ଅର୍ଥ ପରିଶୋଧ ପାଇଁ ତାଗିଦ କରିବା ଯୋଗୁଁ ମହିଳା ମାନେ ଅସହାୟ ହୋଇ ପଡିଥିବା ଅଭିଯୋଗ କରିଛନ୍ତି। ଏଣୁ କରୋନା କାଳ ସମାପ୍ତ ହେବା ପର୍ଯ୍ୟନ୍ତ ଋଣ ଅର୍ଥ ପରିଶୋଧ ସ୍ଥଗିତ ରଖିବା ସହ କିଛି ଋଣ ଛାଡ ପାଇଁ ମହିଳା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.