Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ମାଇକ୍ରୋଫାଇନାନ୍ସ କମ୍ପାନୀର ନାଲି ଆଖି: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳାମାନେ

10/06/2020 at 4:41 PM

ଝାରସୁଗୁଡା୧୦/୬: ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ମାଇକ୍ରୋଫାଇନାନ୍ସ କମ୍ପାନୀର ନାଲି ଆଖି। ଏମିତି କହି ଫାଇନ୍ସ କମ୍ପାନୀର କର୍ମଚାରୀମାନେ ମହିଳାମାନଙ୍କୁ ଭୟଭୀତ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ୱୟଂସହାୟିକା ମହିଳା ସଂଗଠନର ସଦସ୍ୟାମାନେ କ୍ଷୁଦ୍ର ବ୍ୟବସାୟ କରିବାକୁ ଘରୋଇ ମାଇକ୍ରୋ ଫାଇନାନ୍ସ କମ୍ପାନୀମାନଙ୍କ ଠାରୁ ଋଣ ନେଇ ଫେରାଇ ପାରି ନାହାନ୍ତି|

କରୋନା ପାଇଁ କଟକଣା ଯୋଗୁଁ ମହିଳାଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ସେମାନଙ୍କ ନିକଟରୁ ଋଣ ଆଦାୟ କରିବା ନେଇ ସଂପୃକ୍ତ କଂପାନୀର ଅଧିକାରୀମାନେ ସେମାନଙ୍କ ଉପରେ ଜୁଲମ ଜାରି ରଖିଛନ୍ତି|ସେମାନେ ଟଙ୍କା ଆଦାୟ କରିବାକୁ ମହିଳାଙ୍କ ଘରକୁ ଯାଇ ଅସଭ୍ୟ ବ୍ୟବହାର ପ୍ରଦର୍ଶନ ସହ ନାନା ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ମହିଳାମାନେ |ଗତ ୩ ଦିନ ମଧ୍ୟରେ ପୃଥକ ପୃଥକ ଭାବେ ବିଭିନ୍ନ ମହିଳା ସଂଗଠନର ସଦସ୍ୟାମାନେ ଜିଲ୍ଲାପାଳଙ୍କୁ ଭେଟି ଘରୋଇ ମାଇକ୍ରୋ ଫାଇନାନ୍ସ କଂପାନୀ ମାନେ ଋଣ ଆଦାୟ ଜୁଲମ୍ ବନ୍ଦ କରିବାକୁ ଅନୁରୋଧ କରିବା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଦାବୀ କରିଛନ୍ତି |

   Related Posts