ମହାମାରୀ କରୁଛି କଲବଲ: ଏକସଂଗେ ବାହାରିଲେ ୧୫ ପଜିଟିଭ୍, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

Published By : Prameya-News7 Bureau | April 24, 2021 IST

କେନ୍ଦୁଝର ୨୪/୩: ଦୈନିକ ସଂକ୍ରମଣ ସାରା ରାଜ୍ୟରେ ରେକର୍ଡ ଭାଙ୍ଗୁଛି ।  ତେବେ ବିଭିନ୍ନ ଜିଲ୍ଲାରେ ମଧ୍ୟ ବେଲଗାମ ମହାମାରୀର ପ୍ରକୋପ । କେନ୍ଦୁଝର ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳାର ୪ ନମ୍ବର ୱାର୍ଡ ଚତୁରୀ ସାହିରେ ଗୋଟିଏ ପରିବାରର ୭ ଜଣଙ୍କ ସମେତ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ସାହିକୁ ୭ ଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

wp:gallery {"ids":[443394],"linkTo":"none"} /wp:gallery

ଗ୍ରାମରେ ଚମ୍ପୁଆ ତହସିଲଦାର ଓ ଭଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି । ସମସ୍ତ ଆକ୍ରାନ୍ତ ଙ୍କୁ ଆଇସୋଲେସନ ରହିବାକୁ ପରାମର୍ଶ ଦେବା ସହ ମେଡିକାଲ ପକ୍ଷରୁ ସ୍ୱାସ୍ଥସେବା ଯୋଗାଇ ଦିଆଯାଉଛି । ଏଥିସହ  ଗ୍ରାମବାସୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଉଛି । ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ସହ ଅନ୍ୟ ସାହି ଗୁଡିକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି ଚମ୍ପୁଆ ତହସିଲଦାର ଡ଼ ସାଇଶ୍ମିତା ହୋତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.