ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !

Published By : Prameya-News7 Bureau | December 03, 2020 IST

କାନବେରା,୦୩/୧୨:  ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଡିବାରେ ଲାଗିଛି । ଦଳର ଖେଳାଳିଙ୍କ ଆହତ ସମସ୍ୟା ପିଛା ଛାଡ଼ୁନି । ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌, ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ପରେ ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ପିଠି ଏବଂ ପଞ୍ଜରାରେ ଆଘାତ ଲାଗିଛି । ଏନେଇ ଅଦିନାୟକ ଆରୋନ ଫିଞ୍ଚ୍ ସୂଚନା ଦେଇଛନ୍ତି ।

ତୃତୀୟ ଦିନିକିଆ ପୂର୍ବରୁ ପିଞ୍ଚ୍ କହିଥିଲେ ଯେ, ଷ୍ଟାର୍କଙ୍କ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ହେଉଛି। ତେଣୁ ତାଙ୍କୁ ତୃତୀୟ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଆହତ ସମସ୍ୟା ସେତେଟା ଗୁରୁତର ନୁହେଁ। ବିଶ୍ରାମ ନେଲେ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଫିଞ୍ଚ୍ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୪ ତାରିଖରୁ ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ଆରମ୍ଭ ହେବ। ତେଣୁ ଷ୍ଟାର୍କ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଷ୍ଟାର୍କ ପ୍ରଥମ ୨ଟି ଦିନିକିଆରେ ମୋଟ ୧୪୭ରନ୍‌ ବ୍ୟୟ କରିଥିବାବେଳେ ମାତ୍ର ଗୋଟିଏ ୱିକେଟ୍‌ ନେବାରେ ସଫଳ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.