Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

୧୧ କୋଟିରେ ନିଲାମ ହେଲା ମାଇକେଲ ଜୋର୍ଡାନଙ୍କ ଜୋତା, ଭାଙ୍ଗିଲା ପୁରୁଣା ରେକର୍ଡ

26/10/2021 at 9:06 AM

ନ୍ୟୁୟର୍କ,୨୬/୧୦: ୧୧ କୋଟି ୨୫ ଲକ୍ଷ ଟଙ୍କାରେ ନିଲାମ ହେଲା ଜୋତା । ଏନବିଏ ସୁପରଷ୍ଟାର ମାଇକେଲ ଜୋର୍ଡାନଙ୍କ ଏହି ଜୋତା ଏବେ ଚର୍ଚ୍ଚାରେ । ନିଜ କ୍ୟାରିଅରର ଆରମ୍ଭରେ ଜୋର୍ଡାନ ଏହି ଜୋତା ପିନ୍ଧୁଥିଲେ । ଯାହା ଏବେ ଏତେ ଟଙ୍କାରେ ନିଲାମ ହୋଇଛି ।

ନାଲି ରଙ୍ଗର ନାଇକି ଲେଦର ଜୋତାକୁ ପ୍ରଥମେ ଜୋର୍ଡାନ ସିକାଗୋ ବୁଲ୍ସ ବିପକ୍ଷ ପଞ୍ଚମ ମ୍ୟାଚରେ ପରିଧାନ କରିଥିଲେ । ପରେ ସେ ଏହାକୁ ୧୯୮୪ରୁ ଲଗାତର ଭାବେ ପିନ୍ଧିଥିଲେ । ତେବେ ନିଲାମ ବାବଦରେ ଅକ୍ସନ ହାଉସ ଟ୍ୱିଟ୍ କରି ସୂଚନା ଦେଇଛି । ନିଲାମ କରିଥିବା କମ୍ପାନୀର କହିବାନୁସାରେ, ଏକ ଖାସ୍ କାର୍ଯ୍ୟକ୍ରମରେ ଏହି ଜୋତାକୁ ୧୪୭୨୦୦୦ ଡଲାରରେ ବିକ୍ରି ବା ନିଲାମ କରାଯାଇଛି । ଏହି ଜୋତାରେ ଜୋର୍ଡାନଙ୍କ ଅଟୋଗ୍ରାଫ ରହିଛି । ଏହା ଭଲ ମଧ୍ୟ ଅଛି । ଯାହା ପୂର୍ବରୁ ନିଲାମ ହୋଇଥିବା ଏହ ଜୋତାର ରେକର୍ଡ ଭାଙ୍ଗିଛି । ପୂର୍ବରୁ ନିଲାମ ହୋଇଥିବା ଜୋତା ୧୧ ହଜାର ଡଲାରରେ ବିକ୍ରି ହୋଇଥିଲା ।

ରବିବାର ନିଲାମ ହୋଇଥିବା ଏହି ଜୋତାକୁ ନେଇ ନେଟିଜେନ୍ସ ମଧ୍ୟ ଟ୍ୱିଟ୍ କରିଥିଲେ । ଏହି ଦୁର୍ଲଭ ଜୋତାକୁ ଏୟାର ଜୋର୍ଡାନ ସିରିଜରେ ପ୍ରସ୍ତୁତ କରାଯାଇଥିବା ବେଳେ ବ୍ରୁଲ କିଲଗାରୋ ଏହାକୁ ଡିଜାଇନ୍ କରିଥିଲେ । ଏହାକୁ ମୂଳତଃ ୧୯୮୪ରେ ଜାରି କରାଯାଇଥିଲା । ସେହି ସମୟରେ ନାଇକି ଜୋର୍ଡାନଙ୍କ ସହ ଏକ ଚୁକ୍ତି କରିଥିଲା । ଯେଉଁଥିରେ କମ୍ପାନୀ ତାଙ୍କୁ ଜୋତା ଓ ଜର୍ସିର ସିଗନେଚର୍ ଲାଇନ ଦେଇଥିଲା ।

ଏବେକାର ସମୟରେ ଦୁର୍ଲଭ ସ୍ନିକର୍ ଜୋତାର ଦାମ୍ ଆକାଶଛୁଆଁ ରହିଛି ।। ପୂର୍ବରୁ ଅନେକ ଖେଳାଳି ପିନ୍ଧିଥିବା ଜୋତା ଲକ୍ଷଲକ୍ଷ ଟଙ୍କାରେ ନିଲାମ ହୋଇଛି । ପ୍ରମୁଖ ସଂଗ୍ରହାଳୟ ଗୁଡିକ ଏହି ସବ ଜୋତା ଉପରେ ରୁଚି ରଖିଥାନ୍ତି । ଅବସର ନେଇସାରିଥିବା ବାସ୍କେଟ ବଲ ଖେଳାଳିଙ୍କ ଜୋତା ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହୋଇସାରିଛି ।

   Related Posts