Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ

1/12/2021 at 8:30 AM

ୱାଶିଂଟନ ୦୧/୧୨: ଆମେରିକାର ମିଚିଗାନରେ ଥିବା ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଜଣେ ୧୫ ବର୍ଷୀୟ ଛାତ୍ରର ଆଖିବୁଜା ଗୁଳିମାଡ଼ । ଏଥିରେ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ୧୫ ବର୍ଷୀୟ ଛାତ୍ର ଜଣଙ୍କ ସେମି ଅଟୋମେଟିକ ହ୍ୟାଣ୍ଡଗନରୁ ହିଁ ଏପରି ଗୁଳିମାଡ଼ କରିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍‌ ପହଞ୍ଚି ଗୁଳିମାଡ଼ କରିଥିବା ଛାତ୍ରଙ୍କୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଆରମ୍ଭ କରିଛି ।

ଆହତଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିବା ଅକ୍ସଫୋର୍ଡ ହାଇ ସ୍କୁଲର ଜଣେ ଶିକ୍ଷକ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୨ ଜଣ ଛାତ୍ରୀ ରହିଛନ୍ତି । ଛାତ୍ରଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ୨ ଛାତ୍ରୀଙ୍କ ବୟସ ୧୭ ଓ ୧୪ ବର୍ଷ । ପୋଲିସ୍‌ କହିଛି ଯେ ୧୫ ବର୍ଷୀୟ ଛାତ୍ର ଜଣଙ୍କ ନିଜ ସହ ସ୍କୁଲକୁ ବନ୍ଧୁକ ନେଇ ଆସିଥିଲା ।

ଏହାପରେ ସେ ସମସ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲା । ପ୍ରାୟ ୧୫ ରୁ ୨୦ ରାଉଣ୍ଡ ଗୁଳି ମାଡ଼ ପରେ ସେ ଆପେ ଆପେ ପୋଲିସକୁ ଧରା ଦେଇଥିଲା । ଜଣେ ଛାତ୍ରୀ କହିଛନ୍ତି, ସମସ୍ତେ କେମେଷ୍ଟ୍ରୀ କ୍ଲାସରେ ଥିବା ବେଳେ ହଠାତ୍ କାଚ ଭାଙ୍ଗିବାର ଶବ୍ଦ ଶୁଣିବାକୁ ମିଳିଲା । ଏହି ସମୟରେ ଜଣେ ଶିକ୍ଷକ ଚିତ୍କାର କରି ଦୌଡ଼ି ଆସିଥିଲେ। ଏହାପରେ ସେ ଟେବୁଲକୁ ବ୍ୟାରିକେଡ୍‌ ଭଳି ଠେଲିବାକୁ ଲାଗିଥିଲେ ।

ଆମେ ମଧ୍ୟ ବ୍ୟାରିକେଡ୍‌ ଶିଖିଥିବାରୁ ଟେବୁଲକୁ ଠେଲିବାକୁ ଲାଗିଥିଲୁ । ଟେବୁଲ ପଛରେ ଆମେ ଲୁଚିବା ସହ ସୁଯୋଗ ଦେଖି ବାହାରକୁ ଆସିଥିଲୁ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି । ତେବେ ପୋଲିସ ଅଭିଯୁକ୍ତ ୧୫ ବର୍ଷୀୟ ଛାତ୍ରଙ୍କୁ ଗୁଳିମାଡ଼ର କାରଣ ପଚାରିଥିଲେ ସୁଦ୍ଧା କୌଣସି ସୂଚନା ମିଳିପାରିନି ।

   Related Posts