ମାଇକେଲ୍ ଜ୍ୟାକସନ୍ ବହୁ ପୂର୍ବରୁ କରୋନାର ସଙ୍କେତ ପାଇଥିଲେ, ସେଥିପାଇଁ ପପ୍‌ଷ୍ଟାର ସବୁବେଳେ ପିନ୍ଧୁଥିଲେ ମାସ୍କ: ଦେହରକ୍ଷୀଙ୍କ ଦାବି ଆଣିଲା ନୂଆ ତଥ୍ୟ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭/୦୩ : ପ୍ରସିଦ୍ଧ ପପ୍‌ଷ୍ଟାର ମାଇକେଲ୍ ଜ୍ୟାକସନ ଏବେ ଦିବଙ୍ଗତ। କିନ୍ତୁ ସେ କୁଆଡ଼େ ତାଙ୍କ ଜୀବିତ ଅବସ୍ଥାରେ କରୋନା ଭଳି ମହାମାରୀ ନେଇ ପୂର୍ବା ଅନୁମାନ କରିଥିଲେ। ଆମେରିକାରେ ସେହି ପ୍ରସିଦ୍ଧ  ପପ୍‌ଷ୍ଟାର ସ୍ବର୍ଗତ ମାଇକେଲ୍ ଜ୍ୟାକସନଙ୍କ ଜଣେ ପୂର୍ବତନ ଅଙ୍ଗରକ୍ଷୀ  ଏପରି ଦାବି କରିଛନ୍ତି। ସେ କହିଛନ୍ତି ତାଙ୍କର ପୂର୍ବତନ ବସ୍ ତଥା ପପ୍ ଷ୍ଟାର୍  ଜ୍ୟାକସନ କରୋନା ଭାଇରସ୍ ପରି ମହାମାରୀର ପୂର୍ବାନୁମାନ କରିଥିଲେ । ଦେହରକ୍ଷୀଙ୍କ ଯୁକ୍ତି ହେଲା ମହାମାରୀ ଆଶଙ୍କାରେ ଜ୍ୟାକସନ ସବୁବେଳେ ସତର୍କ ଓ ସାବଧାନ ଥିଲେ। ଏପରି କି ଲୋକଙ୍କ ଥଟ୍ଟା ପରିହାସ ସତ୍ତ୍ବେ ମାଇକେଲ ଜ୍ୟାକସନ ମୁହଁରେ ସବୁବେଳେ ମାସ୍କ ପିନ୍ଧୁଥିଲେ |

{"id":245022,"width":585,"height":329,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଅଙ୍ଗରକ୍ଷୀ ମ୍ୟାଟ ଫିଡସ କହିଛନ୍ତି, ମାଇକେଲ ଜ୍ୟାକସନ ଜାଣିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସର୍ବଦା ରହିଥାଏ। ସେ ବହୁତ ସଚେତନ ଥିଲେ ଏବଂ ଭବିଷ୍ୟବାଣୀ କରିଥିଲେ ଯେ, ଯେକୌଣସି ସମୟରେ ଆମେ ଅସୁବିଧାର ସମ୍ମୁଖୀନ ହେବା | ଯେକୌଣସି ଭୟଙ୍କର ଜୀବାଣୁ ଯେକୌଣସି ସମୟରେ  ବ୍ୟାପିପାରେ  ବୋଲି ସେ ଆଶଙ୍କା କରୁଥିଲେ | ବେଳେବେଳେ ସେ ଗୋଟିଏ ଦିନରେ ଚାରୋଟି ଦେଶ ଭ୍ରମଣ କରୁଥିଲେ | ବିମାନରେ ବସି ଅନେକ ଲୋକଙ୍କ ସହ ଯାତ୍ରା କରୁଥିଲେ ।

{"id":245023,"width":592,"height":444,"sizeSlug":"large"}

ଯଦି ଆଜି ମାଇକେଲ ଜ୍ୟାକସନ ବଞ୍ଚିଥାନ୍ତେ ତେବେ ଲୋକମାନଙ୍କୁ ଏହି ପରିସ୍ଥିତି ବିଷୟରେ କ’ଣ କହିଥାନ୍ତେ ? ଏପରି ପ୍ରଶ୍ନର ଉତ୍ତରରେ ମ୍ୟାଟ ଫିଡସ କହିଛନ୍ତି, ସବୁବେଳେ ଭୟଙ୍କର ଜୀବାଣୁ ନେଇ ଜ୍ୟାକସନ  କଥାବାର୍ତ୍ତା କରୁଥିଲେ ମଧ୍ୟ କେହି ତାଙ୍କୁ ଗମ୍ଭୀରତାର ସହ ନେଇ ନଥିଲେ ଏବଂ ଲୋକମାନେ  ତାଙ୍କୁ ପରିହାସ କରୁଥିଲେ। କିନ୍ତୁ ଏବେ ତାହା ହିଁ ଘଟିଛି। ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ମାଇକେଲ ଜ୍ୟାକ୍ସନଙ୍କର ମୃତ୍ୟୁ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.