ଟିମ୍‌ ଇଣ୍ଡିଆକୁ ଛୋଟ ଦେଖାଇ ଲଜ୍ଜିତ ହେଲେ ଭନ୍‌, କହିଲେ- ବ୍ରିସବେନ୍‌ରେ ଭାରତର ବିଜୟ, ମୋ ମୁହଁରେ ଅଣ୍ଡାମାଡ଼ ଭଳି ଲାଗୁଛି

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯/୦୧:  ବ୍ରିସବେନ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪ ଓ୍ବିକେଟ୍‌ରେ ଜିତି ନେଇଛି ଭାରତ । ଏହା ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୧ରେ ଜିତି ଭାରତ କଙ୍ଗାରୁ କବଜା କରିଛି । ତେବେ ସିରିଜ୍‌କୁ ନେଇ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍ ଭବିଷ୍ୟବାଣୀ କରିଥିଲେ। କହିଥିଲେ ଟିମ୍‌ ଇଣ୍ଡିଆ ୦-୪ରେ ସିରିଜ୍‌ ହାରିବ। କିନ୍ତୁ ଭାରତର ଦମଦାର ବିଜୟ ପରେ ମାଇକେଲ୍‌ଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଟିମ ଇଣ୍ଡିଆର ବିଜୟ ପରେ ଭନ୍‌ ଅନକେ ଗୁଡ଼ିଏ ଟ୍ବିଟ୍‌ କରିଛନ୍ତି। ଏପରିକି ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ମୋ ମୁହଁରେ ଅଣ୍ଡାମାଡ଼ ଭଳି ଲାଗୁଛି ବୋଳି ଭନ୍‌ କହିଛନ୍ତି।

ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ନିନ୍ଦନୀୟ ପରାଜୟ ହାସଲ କରିବାକୁ ପଡ଼ିଥିଲା। ଆଡିଲେଡ୍‌ ଟେଷ୍ଟ ପରେ ଭନ୍‌ ଟ୍ବିଟ୍‌ରରେ ଲେଖିଥିଲେ, ‘କହିଥିଲି ନା, ଭାରତ ଏହି ସିରିଜ୍‌ରେ ୦-୪ରେ ହାରିବ।’ ଏହା ପରେ ଭାରତ ମେଲବର୍ଣ୍ଣରେ ଦ୍ବିତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡନୀ ଗ୍ରାଉଣ୍ଡରେ ଖେଳାଯାଇଥିବା ବେଳେ ଏହାକୁ ଭାରତ ଡ୍ର ରଖିଥିଲା। ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତ ୩ ଓ୍ବିକେଟରେ ବିଜୟ ହାସଲ କରିବା ସହ ସିରିଜ୍‌ ନିଜ ନାଁରେ କରିନେଇଛି।

wp:embed {"url":"https://twitter.com/MichaelVaughan/status/1351436447161704448","type":"rich","providerNameSlug":"twitter","responsive":true,"className":""}
https://twitter.com/MichaelVaughan/status/1351436447161704448
/wp:embed wp:embed {"url":"https://twitter.com/MichaelVaughan/status/1351438468312952840","type":"rich","providerNameSlug":"twitter","responsive":true,"className":""}
https://twitter.com/MichaelVaughan/status/1351438468312952840
/wp:embed

ଭାରତର ବିଜୟ ପରେ ଭନ ଅନେକ ଟ୍ବିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ବାହାଃ, ଏହା ଟେଷ୍ଟ କ୍ରିକେଟରେ ସବୁଠୁ ଐତିହାସିକ ଜିତ ଭାବେ ଲିପିବଦ୍ଧ ହେବା ଦରକାର। ମୋ ମୁହଁରେ ଅଣ୍ଡାମାର ପରି ଲାଗୁଛି.. କିନ୍ତୁ ମୁଁ କ୍ୟାରେକ୍ଟର ଓ ସ୍କିଲ୍‌ ଦେଖିବାକୁ ଭଲ ପାଏ। ଶୁଭମାନ ଗିଲ ଓ ଋଷଭ ପନ୍ତ ଭାରତର ଭବିଷ୍ୟତ ସୁପରଷ୍ଟାର୍ସ।’ ଏହା ସହ ଆହୁରି ଲେଖିଛନ୍ତି, ‘ଟେଷ୍ଟ କ୍ରିକେଟର ଏହା ସର୍ବାକାଳୀନ ଐତିହାସିକ ବିଜୟ। ଓ୍ବେଲ୍‌ ଡନ୍‌ ଇଣ୍ଡିଆ, ତୁମେ ଇଂଲଣ୍ଡକୁ ଜଣାଇଦେଲ ଯେ, କେମିତି ଚଳିତ ବର୍ଷ ଶେଷରେ ଏଜେଶ ଟ୍ରଫି ପୁଣି ହାସଲ କରିହେବ।’

wp:embed {"url":"https://twitter.com/MichaelVaughan/status/1351438933264130048","type":"rich","providerNameSlug":"twitter","responsive":true,"className":""}
https://twitter.com/MichaelVaughan/status/1351438933264130048
/wp:embed

ତେବେ ଭାରତର ଐତିହାସିକ ବିଜୟ ପ​‌ରେ ମାଇକେଲ ଭନ୍‌ଙ୍କୁ ଭାରତୀୟ ଖେଳପ୍ରେମୀ ଜୋରଦାର ଟ୍ରୋଲ୍‌ କରୁଥିବା ଦେଖିବାକୁ ମିଳିଛି।

wp:embed {"url":"https://twitter.com/Abhishe66348457/status/1351448591823368195","type":"rich","providerNameSlug":"twitter","responsive":true,"className":""}
https://twitter.com/Abhishe66348457/status/1351448591823368195
/wp:embed wp:embed {"url":"https://twitter.com/salim_casm/status/1351448379671212032","type":"rich","providerNameSlug":"twitter","responsive":true,"className":""}
https://twitter.com/salim_casm/status/1351448379671212032
/wp:embed wp:embed {"url":"https://twitter.com/surajpa00062231/status/1351454465610584067","type":"rich","providerNameSlug":"twitter","responsive":true,"className":""}
https://twitter.com/surajpa00062231/status/1351454465610584067
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.