ମାଇକେଲ୍ ଭନ କହିଥିଲେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ତିନି ଫର୍ମାଟ୍‌ରେ ହାରିବ, ଏବେ ଏମିତି ଜବାବ ଦେଲେ ଓ୍ଵାସିମ ଜାଫର

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭।୧୨:  ଭାରତୀୟ କ୍ରିକେଟ୍ ଦଳ  ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଶେଷ ଦିନିକିଆ ଜିତିବା ସହ ଭାରତ ନିଜର ଲୟ ହାସଲ କରିଥିଲା। ଏହା ପରେ ଭାରତ କ୍ରମାଗତ ଦୁଇଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଜିତି କ୍ରିକେଟ୍‌ର ଛୋଟ ଫର୍ମାଟରେ ନିଜର ବିଜୟ ଅଭିଯାନ ଜାରି ରଖିଛି। ରବିବାର ଭାରତ ୧୯୫ ରନର ବିଜୟ ଲକ୍ଷ୍ୟ ପିଛା କରି ମ୍ୟାଚ୍‌ ଜିତିଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ବଲରୁ ୪୨ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ମଙ୍ଗଳବାର ଶେଷ ଟି-୨୦ ଜିତି ଭାରତ ସିରିଜ୍ କ୍ଲିନ ସୁଇପ୍‌ କରିବାକୁ ଲକ୍ଷ୍ୟ ରଖିବ। ଯଦି ଏମିତି ହୁଏ ତେବେ ଭାରତ ୨୦୨୦ରେ ବିପକ୍ଷ ଦଳକୁ କ୍ରମାଗତ ଦୁଇ ଥର  ହ୍ଵାଇଟ୍ ଓ୍ଵାସ କରିବ। ଏହା ପୂର୍ବରୁ ଭାରତ  ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡକୁ ୫-୦ରେ ପରାସ୍ତ କରିଥିଲା।

ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ କହିଥିଲେ ଯେ, ଘରୋଇ ଅଷ୍ଟ୍ରେଲିଆ ଭ୍ରମଣକାରୀ ଭାରତକୁ ସବୁ ଫର୍ମାଟରେ ପରାସ୍ତ କରିବ। ହେଲେ ଭାରତ ଟି-୨୦ ସିରିଜ୍ ଜିତି ଭନଙ୍କୁ ଭୁଲ ସାବ୍ୟସ୍ତ କରିଛି।

wp:html /wp:html

ଭାରତୀୟ ଦଳ ଭନଙ୍କ ଟ୍ଵିଟ୍ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। କିନ୍ତୁ ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଓ୍ଵାସିମ ଜାଫର ଟି-୨୦ ସିରିଜ୍ ଜିତିବା ପରେ ଭନଙ୍କୁ ତାତ୍ସଲ୍ୟ କରିଛନ୍ତି। ତାଙ୍କର ଏହି ମଜାଦାର ଶୈଳୀକୁ ସାମାଜିକ ଗଣମାଧ୍ୟମ ଟ୍ଵିଟ୍‌ରେ ଖୁବ୍ ପସନ୍ଦ କରାଯାଉଛି। ଜାଫର ଭନଙ୍କ ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ଦେଇ, ‘ଗ୍ୟାଙ୍ଗ୍ସ ଅଫ ଓ୍ଵାସେପୁର’ର ଏକ ଦୃଶ୍ୟ ମିମ୍ ପୋଷ୍ଟ କରିଛନ୍ତି।

ଟି-୨୦ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ଡିସେମ୍ବର ୧୭ରେ ଆଡିଲେଡ୍‌ରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳ ଗତ ଗସ୍ତରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍‌ରେ ମାତ୍ ଦେଇଥିଲା। ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବାରେ ପ୍ରଥମ ଏସିଆ ଦଳ ହେବାର ଉପଲବ୍ଧି  ହାସଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.