ଓଡିଆ ଅଫିସର ଦେବବ୍ରତ ପାତ୍ର ଆରବିଆର ଡେପୁଟି ଗଭର୍ଣ୍ଣର

Published By : Prameya-News7 Bureau | January 14, 2020 IST

ମୁମ୍ବାଇ ୧୪।୦୧: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର । ବଡ କଥାଟି ହେଲା ସେ ଜଣେ ଓଡିଆ ।   ଆରବିଆରେ କାର୍ଯ୍ୟରତ ଦେବବ୍ରତ ଏବେ ଡେପୁଟି ଗଭର୍ଣ୍ଣର ପଦରେ ହୋଇଛନ୍ତି ।  ତାଙ୍କର କାର୍ଯ୍ୟକାଳ ୩ ବର୍ଷ ରହିବ । ଡେପୁଟୀ ଗଭର୍ଣ୍ଣର ସହ ଦେବବ୍ରତ ଆରବିଆଇର ଅତିରିକ୍ତ ଭାବେ କାର୍ଯ୍ୟକାରୀ ନିଦ୍ଦେର୍ଶକ ଏବଂ ମୁଦ୍ରାନୀତି କମିଟିର ସଦସ୍ୟ ମଧ୍ୟ ରହିବେ ।

{"id":211077,"sizeSlug":"large"}

ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଏମ୍.ଦେବବ୍ରତ ପାତ୍ର ନିଯୁକ୍ତି ମିଳିଛି । ବିରଳ ଆଚାର୍ଯ୍ୟ ୨୦୧୯ ଅଗଷ୍ଟ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ। କେନ୍ଦ୍ର ସରକାରଙ୍କ ସହିତ ମତଭେଦ ପାଇଁ ବିରଳ ଇସ୍ତଫା ଦେଇଥିଲେ ।  ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ପଦବୀ ଖାଲି ପଡିଥିଲା । ବର୍ତ୍ତମାନ ଦେଶ ଏକ ଗୁରୁତ୍ବ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ବେଳେ ଏବେ ସର୍ବୋଚ୍ଚ ବ୍ୟାଙ୍କର ନୀତି ନିର୍ଦ୍ଧାରଣରେ ରହିଛନ୍ତି ଓଡ଼ିଆ ।  ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଥିବା ବେଳେ ଏବେ ଡେପୁଟି ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ମାଇକେଲ ପାତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.