୨୦୨୦ର ‘ସେକ୍ସିଏଷ୍ଟ ମ୍ୟାନ୍‌’ ମାଇକେଲ୍‌ ଜୋର୍ଡାନ୍‌, ‘ବ୍ଲାକ୍‌ ପାନ୍ଥର’ ଆକ୍ଟରଙ୍କୁ ଟାଇଟଲ୍‌ ଦେଲା ପିପୁଲ୍‌ ମାଗାଜିନ୍

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮/୧୧: ୨୦୨୦ର ସବୁଠୁ ସେକ୍ସି ମଣିଷ ‘ବ୍ଲାକ୍‌ ପାନ୍ଥର’ ଆକ୍ଟର ମାଇକେଲ୍‌ ବି ଜୋର୍ଡାନ । ପିପୁଲ୍‌ ମାଗାଜିନ୍‌ ଜୋର୍ଡାନ୍‌ଙ୍କୁ ୨୦୨୦ର ‘ସେକ୍ସିଏଷ୍ଟ ମ୍ୟାନ୍‌ ଆଲାଇଭ୍‌’ ବୋଲି ଦର୍ଶାଇଛି। ତେବେ ଜିମି କିମେଲ ଲାଇଭ ସୋର ମଙ୍ଗଳବାର ଏପିସୋଡ୍‌ରେ ଜୋର୍ଡନଙ୍କ ନାଁ ପ୍ରକାଶ ପାଇଛି।

ଏଭଳି ଏକ ଟାଇଟଲ୍‌ ଜିଣିବା ପରେ ଅଭିନେତା ମାଇକେଲ୍‌ ଜୋର୍ଡାନ ମଜା କରିଥିଲେ। ସେ କହିଥିଲେ, ଏଭଳି ହେବାର ନଥିଲା। ଏହା ଏକ ଅପ୍ରତ୍ୟାଶିତ ଇଚ୍ଛା । ମୁଁ ଭାବୁଛି ଆଶା ଅନୁସାରେ ଏହା ଅନୁଚିତ। କିନ୍ତୁ ଏହା ସୁନ୍ଦର ଟାଇଟଲ ଯାହା ମୁଁ ପାଇଛି।

{"id":363904,"width":568,"height":378,"sizeSlug":"large","className":"is-style-rounded"}

ମାଇକେଲଙ୍କ ନାଁ ଘୋଷଣା ହେବା ପୂର୍ବରୁ ପୂର୍ବ ବିଜେତା  ଗୀତିକାର ଜନ୍‌ ଲିଜେଣ୍ଡ ନାଁ ସେୟାର କରିଥିଲେ। ତାଙ୍କ ସ୍ଥାନ କିଏ ନେବାକୁ ଯାଉଛନ୍ତି ସେନେଇ ଦର୍ଶକଙ୍କୁ କହିଥିଲେ ଜନ୍‌। ଏହା ଏକ ସୁନ୍ଦର ଅନୁଭୂତି ଥିଲା। ଏହି ଟାଇଟଲ୍‌ ସହାୟତାରେ ବହୁ ମଜା କରିଛି। କିନ୍ତୁ ଏବେ ଏହାକୁ ଛାଡ଼ିବାକୁ ରାଜି ଅଛି ବୋଲି ଜନ୍‌ କହିଥିଲେ।

ତେବେ ଏହା ପୂର୍ବରୁ ଏହି ଟାଇଟଲ୍‌ ଡ୍ବେନ୍‌ ଜନସନ୍‌, କ୍ରିସ୍‌ ହେମ୍ସଓ୍ବାର୍ଥ, ଡେଭିଡ୍‌ ବେକ୍‌ହାମ୍‌ ଓ ଆଡ୍ରିସ୍‌ ଏଲବା ଜିଣିଥିଲେ। ୩୫ ତମ ସେଲିବ୍ରିଟି ଭାବେ ଏହି ଟାଇଟଲ୍‌ ହାସଲ କରିଛନ୍ତି ଜୋର୍ଡାନ। ୧୯୮୫ରୁ ଆରମ୍ଭ ହୋଇଥିବା ଏଭଳି ଏକ କ୍ୟାମ୍ପେନ୍‌ରେ ମେଲ୍‌ ଗିବ୍‌ସନ୍‌ ପ୍ରଥମ ସେଲିବ୍ରିଟି ଭାବେ ଏହି ଟାଇଟଲ୍‌ ଜିଣିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.