ବିଦ୍ୟୁତ ବିଲ୍ ଆଦାୟ ବେଳେ ତୁମୂଳକାଣ୍ଡ : କାଠଫାଳିଆରେ ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼, ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି
29/12/2020 at 2:49 PM

ଆନନ୍ଦପୁର ୨୯।୧୨: ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିସ୍ତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ନିର୍ବାହୀ ଯନ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିସ୍ତ୍ରୀ ବିଜୁଳି ବିଲ୍ ଆଦାୟ କରିବା କରିବାକୁ ଯାଇଥିଲେ । ବିଲ୍ ଆଦାୟ ବେଳେ କିଛି ଲୋକଙ୍କ ସହ ନିର୍ବାହୀ ଯନ୍ତ୍ରୀଙ୍କ ପାଟିତୁଣ୍ଡ ହୋଇଥିଲା । ନନ୍ଦିପଦା ଥାନା ଅଣା ଛକ କେନାଲ ରାସ୍ତାରେ କାଠଫାଳିଆରେ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।