Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଘରୋଇ ଟେଲିଭିଜନ ଚାନେଲଙ୍କ ଲାଗି କେନ୍ଦ୍ର ସରକାରଙ୍କ ଆଡଭାଇଜରି, Covid ସଚେତନତାରେ କରନ୍ତୁ ସହଯୋଗ

30/05/2021 at 5:05 PM

ନୂଆଦିଲ୍ଲୀ ୩୦।୫: କେନ୍ଦ୍ର ସରକାର ରବିବାର ଦେଶରେ ପ୍ରସାରିତ ହେଉଥିବା ଘରୋଇ ଟେଲିଭିଜନ ଚାନେଲଙ୍କ ନିମନ୍ତେ ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ କୋଭିଡ ମୁକାବିଲାଲାଗି ଟେଲିଭିଜନ ଚାନେଲମାନେ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି କୁହାଯାଇଛି। ଜତୀୟ ସ୍ତରର ୪ଟି ହେଲପଲାଇନ ନମ୍ବର ସହ କରୋନା ଭାଇରସ ମହାମାରୀ ନେଇ ଜନସଚେତନତା ସୃଷ୍ଟି ନିମନ୍ତେ ଟେଲିଭିଜନ ଚାନେଲମାନେ ସହଯୋଗ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଟ୍ୱିଟ୍‌ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। 

ଆଡଭାଇଜରିରେ ଦେଶରେ କରୋନା ସକରାତ୍ମକତା ହାର ହ୍ରାସ ହୋଇଥିବା ସୂଚିତ କରାଯାଇଛି। ହେଲେ ବି ପରିସ୍ଥିତି ଏବେବି ଜଟିଳ ରହିଛି। ଏଣୁ ଜନସଚେତନତା ସୃଷ୍ଟିରେ ଟେଲିଭିଜନ ଚାନେଲଙ୍କ ଯୋଗଦାନ ଏ ଦିଗରେ ପ୍ରଭାବଶାଳୀ ହୋଇପାରେ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପୋଷ୍ଟ କରିଥିବା ଆଡଭାଇଜରିରେ ଉଲ୍ଲେଖ କରିଛନ୍ତି।

ଏ ଦିଗରେ ସରକାରଙ୍କ ଉଦ୍ୟମ ମଧ୍ୟ ଅବ୍ୟହତ ରହିଛି। ଗତ କିଛି ମାସ ହେଲା ସରକାର ଜନତାଙ୍କ ଲାଭ ନିମନ୍ତେ ବିଭିନ୍ନ ବିଭିନ୍ନ ଉପକରଣ ଓ ଗଣମାଧ୍ୟମ ପ୍ଲାଟଫର୍ମରେ ଜନସଚେତନତା ସୃଷ୍ଟି ନିମନ୍ତେ ହେଲପଲାଇନ ନମ୍ବର ସହ ପ୍ରଚାର ପ୍ରସାର କରୁଛନ୍ତି।  ଏହି କାରଣକୁ ଆଗକୁ ବଢାଇବା ନିମନ୍ତେ ଘରୋଇ ଟେଲିଭିଜନ ଚାନେଲମାନଙ୍କୁ ଟିକର ମାଧ୍ୟମରେ କିମ୍ବା ଏହିପରି ଉପଯୁକ୍ତ ଉପାୟରେ ନିମନ୍ନ ପ୍ରଦତ୍ତ ୪ଟି ହେଲପଲାଇନ୍ ନମ୍ବର ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ପରାମର୍ଶ ଦିଆଯାଇଛି।

ସରକାର ଦେଇଥିବା ୪ଟି ହେଲପଲାଇନ ନମ୍ବର ହେଉଛି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜାତୀୟ ହେଲପଲାଇନ ନମ୍ବର ୧୦୭୫,   ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଶିଶୁ ହେଲପଲାଇନ ନମ୍ବର ୧୦୯୮,  ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ବରିଷ୍ଠ ନାଗରିକ ହେଲପଲାଇନ ନମ୍ବର ୧୪୫୬୭ ଓ ମାନସିକ ସହୟତା ନିମନ୍ତେ ଏନଆଇଏମଏଚ୍ଏଏନଏସ୍‌ ହେଲପଲାଇନ ନମ୍ବର ୦୮୦୪୬୧୧୦୦୦୭  ସମ୍ପର୍କରେ ସଚେତନତା କରିବାକୁ ନିବେଦନ କରାଯାଇଛି।

   Related Posts