Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଚେନ୍ନାଇ ସୁପରକିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା MI

23/10/2020 at 7:18 PM

ଦୁବାଇ ୨୩/୧୦: ଆଇପିଏଲ ୨୦୨୦ର ୪୩ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ୍‌(ସିଏସ୍‌କେ) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)। ଧୋନୀ ଓ ରୋହିତ ଶର୍ମାଙ୍କ ସ୍କ୍ବାର୍ଡ ମଧ୍ୟରେ ହେବ ଟକ୍କର। କିନ୍ତୁ ଆଜି ଧୋନୀ ବାହିନୀର କର ବା ମର ପରିସ୍ଥିତି ଥିବା ବେଳେ ଜିତିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ଏମଆଇ। ଆଜିର ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିସାରିଛି। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ।

ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରିବା ପରଠୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ଦଳ ପ୍ଲେଅଫ୍‌ରୁ ବାଦ୍ ପଡିବାର ଦ୍ଵାର ଦେଶରେ ଛିଡା ହୋଇଛି। ଚେନ୍ନାଇ ସୁପରକିଙ୍ଗ୍‌ସ ଏର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ରୁ ୭ଟିରେ ପରାଜିତ ହୋଇଥିବା ବେଳେ ମାତ୍ର ୩ଟିରେ ବିଜୟୀ ହୋଇଛି। ଦଳ ୬ ପଏଣ୍ଟ ସହ ଟେବୁଲର ସର୍ବ ନିମ୍ନ ସ୍ଥାନରେ ରହିଛି। ଦଳକୁ ପ୍ଲେଅଫରେ ପ୍ରବେଶ କରିବା ମୁସ୍କିଲ ହୋଇ ପଡିଛି।

ଅନ୍ୟପଟେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ୯ଟି ମ୍ୟାଚ୍‌ରୁ ୬ ବିଜୟ ସହିତ ତାଲିକାର ତୃତୀୟରେ ରହିଛି। ଦଳର ନେଟ୍ ରନ ରେଟ୍ ମଧ୍ୟ ସବୁ ଦଳଠୁ ଭଲ ରହିଛି। ୧୬ ପଏଣ୍ଟ ହାସଲ କଲେ ପ୍ଲେ ଅଫରେ ପହଞ୍ଚିବା ସୁନଶ୍ଚିତ ହୋଇଥାଏ। ଏପର୍ଯ୍ୟନ୍ତ କୌଣସି ଦଳକୁ ୧୬ ପଏଣ୍ଟ ମିଳିନାହିଁ। ହେଲେ ଶୀର୍ଷ ୫ରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦର ୪-୪ ମ୍ୟାଚ୍ ବାକି ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ(ପ୍ଲେଇଂ ଇଲେଭେନ୍‌)- କ୍ବିଣ୍ଟନ ଡିକକ୍‌, ସୌରଭ ତିଓ୍ବାରୀ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ୍‌, କାର୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ନାଥନ କୋଲ୍ଟର ନାଇଲ୍‌, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରିତ ବୁମରା

ଚେନ୍ନାଇ ସୁପରକିଙ୍ଗସ୍‌- ସାମ୍‌ କରନ୍‌, ଡୁ ପ୍ଲେସିସ୍‌, ଅମ୍ବାତି ରାୟଡୁ, ଏନ ଜଗଦିଶନ, ଧୋନୀ, ରୁତୁରାଜ ଗାଇକ୍ବାଡ୍‌, ଜାଡେଜା, ଦୀପକ ଚହର, ଶର୍ଦୁଲ ଠାକୁର, ଜୋସ୍‌ ହାଜେଲ୍‌ଉଡ୍‌ ଓ ଇମ୍ରାନ୍‌ ତାହିର

   Related Posts