Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ବୁମରାହଙ୍କ ଘାତକ ବୋଲିଂ, ଫେଲ୍ ମାରିଲେ ରାଜସ୍ଥାନ ବ୍ୟାଟସମ୍ୟାନ୍, ୫୭ ରନରେ ଜିତିଲା ମୁମ୍ବାଇ

6/10/2020 at 11:16 PM

ଆବୁଧାବି ୦୬।୧୦: ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ୫୭ରନରେ ବିଜୟ ଲାଭ କରିଛି । ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୩୬ରେ ଅଟକି ଯାଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ କ୍ଵିଣ୍ଟନ ଡିକକ୍‌ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୪.୫ ଓଭରରେ ୪୯ ରନ  ଯୋଡିଥିଲେ। ଡିକକ୍ ୧୫ ବଲରୁ(୩ ଚୌକା ଓ ୧ ଛକା) ୨୩ ରନ କରି କାର୍ତ୍ତିକ ତ୍ୟାଗୀଙ୍କ ବଲରେ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ୩୫ ରନର ଇନିଂସ ଖେଳି ଶ୍ରେୟସ ଗୋପାଲଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୮୮ ରନରେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିବା ମୁମ୍ବାଇକୁ ସେହି ସ୍କୋରରେ ଇଶାନ କିଶନଙ୍କ ରୂପେ ଚତୁର୍ଥ ଝଟକା ଲାଗିଥିଲା। ଇଶାନ ପ୍ରଥମ ବଲରେ ବଡ ସଟ୍ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ଏହା ପରେ କୃଣାଲ ପାଣ୍ଡ୍ୟା କ୍ରିଜକୁ ଆସିଥିଲେ ମଧ୍ୟ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିପାରିନଥିଲେ। ସେ ୧୭ ବଲରୁ ୧୨ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ଆଇପିଏଲରେ ଅଷ୍ଟମ ଅର୍ଦ୍ଧଶତକ ହାସଲ କରିଥିଲେ।

ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଯାଦବ ୪୭  ବଲରୁ ଅପରାଜିତ (୧୧ ଚୌକା ଓ ୨ ଛକା) ୭୯ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍  ହରାଇ ୧୯୩ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ ଦ୍ରୁତ ୩୦ ରନ କରି ଅପରାଜିତ ଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ରେ ୭୬ ରନ ଯୋଡିଥିଲେ

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶ୍ରେୟସ ଗୋପାଲ ସର୍ବାଧିକ ୨ଟି ସଫଳତା ପାଇଥିଲେ। ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତ୍ୟାଗୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ତେବେ ୧୯୪ରନର ପିଛା କରୁଥିବା ରାଜସ୍ଥାନ ୧୩୬ ରନରେ ଅଟକି ଯାଇଥିଲା । ଜୋସ୍ ବଟଲରଙ୍କ ବ୍ୟତୀତ ଦଳର କୌଣସି ବ୍ୟାଟସମ୍ୟାନ୍ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଫଳରେ ଦଳ ୧୮.୧ ଓଭରରେ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା । ବଟଲର୍ ୭୦ ରନ୍ କରିଥିବା ବେଳେ ମହିପାଲ ଲୋମରୋର୍ ୧୧,  ଷ୍ଟିଭ୍ ସ୍ମିଥ୍ ୬ ରନ୍ କରିଥିଲେ ।  

ମୁମ୍ବାଇ ପକ୍ଷରୁ ଜସପ୍ରିତ ବୁମରାହ ସର୍ବାଧିକ ଚାରୋଟି ଓ୍ୱିକେଟ୍ ନେଇଥିଲା ବେଳେ ଟ୍ରେଣ୍ଟ୍ ବୋଲ୍ଡ ୨ଟି ଓ୍ୱିକେଟ୍, ଜେମସ ପାଟିନସନ ୨ଟି, କିରନ ପୋଲାର୍ଡ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts