ଆଇପିଏଲ-୨୦୨୦ ଫାଇନାଲ, ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | November 10, 2020 IST

ଦୁବାଇ, ୧୦।୧୧: ଆଇପିଏଲ୍‌ ୧୩ତମ ସିଜିନରେ ଶେଷ ମ୍ୟାଚ୍‌ ଆସି ପହଞ୍ଚିଛି । ୟୁଏଇରେ ଖେଳାଯାଉଥିବା ଟି-୧୦ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଆଜି ଖେଳାଯିବ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

ଦୁବାଇର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଫାଇନାଲ ମୁକାବିଲା ନେଇ ଦିଲ୍ଲୀ କ୍ୟାପିଟାଲ-ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଦିଲ୍ଲୀ ଟିମ୍‌ ତାର ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଯାହାର ମୁକାବିଲା ମୁମ୍ବାଇ ସହିତ ହେବ ।

wp:html /wp:html

ଗୋଟିଏ ପଟେ ମୁମ୍ବାଇ ପଞ୍ଚମ ଥର ପାଇଁ ଫାଇନାଲ ମୁକାବିଲା ଲକ୍ଷ୍ୟ ରହିଥିବା ବେଳେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦେଖିବାକୁ ଗଲେ ମୁମ୍ବାଇ ଆଇପିଏଲର ସବୁଠୁ ସଫଳ ଦଳ । ଟିମ୍‌ ୨୦୧୩,୨୦୧୫, ୨୦୧୭, ୨୦୧୯ରେ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୦ରେ ରନର୍ସ ଅପ୍ ହୋଇଥିଲା । ତେବେ ଚଳିତ ସିଜିନରେ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀକୁ ୫୭ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟପଟେ ଦୀର୍ଘ ୧୨ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ଦ୍ୱିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦକୁ ୧୭ରନ୍‌ରେ ପରାଜିତ କରିଥିଲା । ଯାହାଫଳରେ କି ୨ୟ ଦଳ ଭାବେ ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ଚାମ୍ପିଅନ୍‌ ହେବାର ସୁଯୋଗ ରହିଛି । ଯାହାକୁ ଦିଲ୍ଲୀ ହାତଛଡା କରିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.